32.1 C
Bhubaneswar
Saturday, May 4, 2024
Homeଓଡିଶାସମୁଦ୍ରକୂଳରେ ବସିଥିବା ବେଳେ ବଜ୍ରାଘାତରେ ଚାଲିଗଲା ଛାତ୍ରଙ୍କ ଜୀବନ

ସମୁଦ୍ରକୂଳରେ ବସିଥିବା ବେଳେ ବଜ୍ରାଘାତରେ ଚାଲିଗଲା ଛାତ୍ରଙ୍କ ଜୀବନ

ଗଞ୍ଜାମ : ସମୁଦ୍ରକୂଳରେ ବସିଥିବା ବେଳେ ବଜ୍ରାଘାତରେ ଚାଲିଗଲା ଛାତ୍ରଙ୍କ ଜୀବନ । ଗଞ୍ଜାମ ଗୋପାଳପୁର ସମୁଦ୍ର କୂଳରେ ଘଟିଛି ଏହି ଘଟଣା । ମୃତକ ଜଣକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବୋଟିନ୍ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ଅମିତ ନାୟକ ବୋଲି ଜଣାପଡିଛି । ଗତକାଲି ଅମିତ ଓ ତାଙ୍କ ଜଣେ ସହପାଠୀ ମିଶି ସମୁଦ୍ର କୂଳରେ ବସିଥିଲେ ।  ସେହିସମୟରେ ଅମିତ ମୋବାଇଲ୍ ବ୍ୟବହାର କରିବା ସହ କାନରେ ଇୟରଫୋନ୍ ଲଗାଇଥିଲେ, ଠିକ୍ ସେତିକିବେଳେ ଅମିତ ବଜ୍ରାଘାତର ଶିକାର ହୋଇଥିଲେ । ଏହାସହ ଅଘଟଣ ବେଳେ ମୋବାଇଲ୍ ଫାଟି ଯାଇଥିବାର ସୂଚନା ମିଳିଛି । ତେବେ ଅମିତଙ୍କ ମୃତ୍ୟୁ ପଛର କାରଣ ଏବେସୁଦ୍ଧା ଜଣାପଡିନାହିଁ । ତେବେ ଅମିତଙ୍କ ମୃତ୍ୟୁ କିପରି ହେଲା ସେନେଇ ଏବେ ଖୋଳତାଡ଼ କରାଯାଉଥିବାବେଳେ ତାଙ୍କ ବାନ୍ଧବୀ ଏବେ ହସ୍ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ରହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking