37.1 C
Bhubaneswar
Saturday, May 18, 2024
Homeଓଡିଶାରାଜ୍ୟର ସମସ୍ତ ପଂଚାୟତରେ ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିଲେ ବିଜେପି କାର୍ଯ୍ୟକର୍ତା

ରାଜ୍ୟର ସମସ୍ତ ପଂଚାୟତରେ ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିଲେ ବିଜେପି କାର୍ଯ୍ୟକର୍ତା

ବିଶ୍ୱକୁ ନେତୃତ୍ୱ ଦେଉଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଦେଶବାସୀ ଗର୍ବିତ: ସମୀର ମହାନ୍ତି
ଭୁବନେଶ୍ୱର, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୯ତମ ମନ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଭାରତବାସୀଙ୍କୁ ସମ୍ବୋଧନ କରିବା ସହ ଷ୍ଟାର୍ଟ ଅଫ, ୟୁନିକର୍ଣ୍ଣ, ସ୍ୱୟଂ ସହାୟକ ଗୋଷ୍ଠୀ, ପର୍ଯ୍ୟଟନ, ସ୍ୱଚ୍ଛତା ଆଦି ପ୍ରସଙ୍ଗରେ ଅବଗତ କରିଛନ୍ତି । ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କ ସହ ଯୋଡି ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ । ଆସନ୍ତା ଜୁନ୍ ୨୧ ତାରିଖ ଦିନ ପାଳନ ହେବାକୁ ଥିବା ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ ‘ଯୋଗ ଫର୍ ହ୍ୟୁମାନିଟି’ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଦେଇଛନ୍ତି । ସେହିପରି ଆଗାମୀ ଦିନରେ ଦେଶବ୍ୟାପୀ ବିଭିନ୍ନ ପର୍ବ ଏବଂ ଯାତ୍ରା ପାଳନ କରାଯିବ ଏବଂ ସମସ୍ତ ପର୍ବପର୍ବାଣୀ କୋଭିଡ ଗାଇଡଲାଇନ ଅନୁଯାୟୀ ପାଳନ କରିବାକୁ ମଧ୍ୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟ ମାଧ୍ୟମରେ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ପ୍ରତି ଦେଶବାସୀ ଆସ୍ଥା ପ୍ରକଟ କରୁଛନ୍ତି ଏବଂ ସେ ଆଜି ବିଶ୍ୱନେତା ଭାବେ ନିଜକୁ ପ୍ରତିଷ୍ଠିତ କରିବା ଆମ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ଗୈାରବର ବିଷୟ । କୋଭିଡ୍ ମହାମାରୀ କଟକଣା କାରଣରୁ ୨ ବର୍ଷ ବ୍ୟବଧାନ ପରେ ଚଳିତ ବର୍ଷ ରାଜ୍ୟରେ ମଧ୍ୟ ରଥଯାତ୍ରା, ପଶ୍ଚିମ ଓଡିଶାର ଗଣପର୍ବ ଶୀତଳ ଷଷ୍ଠୀ ଯାତ୍ରା, ରଜ ଆଦି ପର୍ବ ଭକ୍ତ ଓ ସାଧାରଣ ଜନତାଙ୍କ ଗହଣରେ ପାଳନ ହେବାର ସମ୍ବାବନା ରହିଛି । ଏହି ପର୍ବପର୍ବାଣୀ ପାଳନ ଅବସରରେ ରାଜ୍ୟବାସୀଙ୍କୁ ସମସ୍ତ କୋଭିଡ ଗାଇଡଲାଇନ ଓ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନିବେଦନ କରିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କୁଡାଲୋଇ ପଂଚାୟତରେ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିଥିଲେ । ସେହିପରି ରାଜ୍ୟର ସମସ୍ତ ନେତୃବୃନ୍ଦ, ପଦାଧିକାରୀ ଏବଂ କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ଏବଂ ସାଙ୍ଗସାଥୀ, ବନ୍ଧୁ ପରିଜନଙ୍କ ଗହଣରେ ଏହି କାର୍ଯ୍ୟକ୍ରମକୁ ଶୁଣିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking