33.1 C
Bhubaneswar
Saturday, April 27, 2024
Homeଅପରାଧଖର୍ଚ୍ଚ ପାଇଁ ଟଙ୍କା ନଦେବାରୁ ସୁପାରି ଦେଇ ବାପାକୁ ହତ୍ୟା କଲା ପୁଅ

ଖର୍ଚ୍ଚ ପାଇଁ ଟଙ୍କା ନଦେବାରୁ ସୁପାରି ଦେଇ ବାପାକୁ ହତ୍ୟା କଲା ପୁଅ

ଲକ୍ଷ୍ନୌ: ଖର୍ଚ୍ଚ ପାଇଁ ଟଙ୍କା ନଦେବାରୁ ବାପାକୁ ହତ୍ୟା । ୬ ଲକ୍ଷ ଟଙ୍କା ସୁପାରି ଦେଇ ନିଜ ବାପାକୁ ମାରିଦେଲା ନାବାଳକ ପୁଅ । ସମସ୍ତଙ୍କୁ ତାଜୁବ କଲାଭଳି ଏହି ଘଟଣା ଘଟିଛି ଉତ୍ତରପ୍ରଦେଶ ପ୍ରୟାଗରାଜରେ । ଜଣେ ୧୬ ବର୍ଷର ପୁଅ ସୁଟରଙ୍କୁ ଟଙ୍କା ଦେଇ ନିଜ ବାପାକୁ ହତ୍ୟା କରିଛି । ତଦନ୍ତରୁ ଯାହା ଜଣାପଡିଛି, ନାବାଳକ କୁସଙ୍ଗତିରେ ପଡିଥିବାରୁ ବାପା ତାକୁ ତାଗିଦ୍ କରୁଥିଲେ । ଖର୍ଚ୍ଚ କରିବାକୁ ବେଶୀ ଟଙ୍କା ଦେଉନଥିଲେ । ଯେଉଁଥିରେ ରାଗି ଯାଇ ପୁଅ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିଲା ।

ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ସମେତ ୪ ଜଣଙ୍କୁ ଗିରଫ କରିଛି । ଆଉ ୨ ଅଭିଯୁକ୍ତ ଫେରାର୍ ଅଛନ୍ତି । ଗତ ୨୧ ତାରିଖ ସକାଳ ୯ଟାରେ ୫୦ ବର୍ଷୀୟ ଫର୍ଣ୍ଣିଚର ବ୍ୟବସାୟୀ ମହମ୍ମଦ ନଇମ ନିଜ ପୁଅକୁ ସ୍କୁଲକୁ ଛାଡିବାକୁ ଯାଉଥିଲେ । ଏହି ସମୟରେ ୩ ଅଜ୍ଞାତ ବଦମାସ ନଇମଙ୍କୁ ସର୍ବସମ୍ମୁଖରେ ଆଖିବୁଜା ଗୁଳିମାଡ କରି ଫେରାର୍ ହୋଇଯାଇଥିଲେ । ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।

ପୋଲିସ ଏହି ହତ୍ୟା ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରିଥିଲା । ତଦନ୍ତରୁ ବ୍ୟବସାୟୀଙ୍କ ହତ୍ୟା ପଛରେ ତାଙ୍କର ଜନ୍ମକଲା ନାବାଳକ ପୁଅର ହାତ ଥିବା ଜଣାପଡିଥିଲା । ପୋଲିସ ତଦନ୍ତ ପୂର୍ବକୁ ହତ୍ୟାକାଣ୍ଡ ଘଟିଥିବା ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ସେଥିରେ ଗୁଳିମାଡ କରିଥିବା ୩ ଦୁର୍ବୃତ୍ତଙ୍କୁ ଚିହ୍ନଟ କରି ଗିରଫ କରାଯାଇଥିଲା । ଏହାପରେ ପୁରା ଘଟଣା ଉପରୁ ଉଠିଥିଲା ପରଦା । ମୃତ ବ୍ୟବସାୟୀଙ୍କ ପୁଅ ନିଜ ସାଙ୍ଗମାନଙ୍କ ସହ ମିଶି ବାପାର ହତ୍ୟା ଷଡଯନ୍ତ୍ର ରଚିଥିବା ଜଣାପଡିଥିଲା ।

ବାପାକୁ ମାରିବାକୁ ସେ ୬ ଲକ୍ଷ ଟଙ୍କା ସୁପାରି ଦେଇଥିଲା । ଯୋଜନା ଅନୁସାରେ ବ୍ୟବସାୟୀ ଜଣକ ତାକୁ ସ୍କୁଲ ଛାଡିବାକୁ ଯାଉଥିବା ବାଟରେ ସୁପାରିକିଲର ତାଙ୍କୁ ଗୁଳି କରିଥିଲେ । ପୋଲିସର କହିବା ଅନୁସାରେ, ଅଭିଯୁକ୍ତ ପୁଅ ଖରାପ ସଙ୍ଗତିରେ ଥିଲା । କେତେବେଳେ ଘରୁ ତ ଆଉ କେତେବେଳେ ଦୋକାନରୁ ଟଙ୍କା ଚୋରି କରିନେଉଥିଲା । ତେଣୁ ବ୍ୟବସାୟୀ ବାପା ଅନେକ ସମୟରେ ପୁଅକୁ ରୋକଠୋକ୍ କରୁଥିଲେ ଏବଂ ଖର୍ଚ୍ଚ ପାଇଁ ଟଙ୍କା ଦେବାକୁ ମନା କରୁଥିଲେ । ଏସବୁ ନେଇ ସେ ବାପା ଉପରେ ଖୁବ୍ ରାଗି ଯାଇଥିଲା ଏବଂ ସବୁଦିନ ପାଇଁ ନିଜ ରାସ୍ତାରୁ ହଟାଇବାକୁ ଚିନ୍ତା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking