33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୨୫ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ଏଆର ରେହମାନ-ପ୍ରଭୁ ଦେବା

୨୫ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ଏଆର ରେହମାନ-ପ୍ରଭୁ ଦେବା

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ସଙ୍ଗୀତ କମ୍ପୋଜର ତଥା ଗାୟକ ଏ ଆର୍ ରେହମାନ୍ ଏବଂ ସାଉଥ ଇଣ୍ଡଷ୍ଟ୍ରିର ସୁପରହିଟ୍ କୋରିଓଗ୍ରାଫର୍ ପ୍ରଭୁ ଦେବାଙ୍କ ଡ୍ୟାନ୍ସ ଏବଂ ଗୀତ ଯୋଡି ପୁଣି ଥରେ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ଏ ଆର୍ ରେହମାନ ଏବଂ ପ୍ରଭୁ ଦେବା ସେମାନଙ୍କ ସିନେମା ପ୍ରୋଜେକ୍ଟ ପାଇଁ ଏକାଠି ଫେରିଛନ୍ତି । ଫିଲ୍ମର ପୋଷ୍ଟର ରିଲିଜ କରି ସୋସିଆଲ ମିଡିଆରେ ଫିଲ୍ମର ନାଁ ସହ ଷ୍ଟାରକାଷ୍ଟ ଘୋଷଣା କରିଛନ୍ତି ଏ ଆର୍ ରେହମାନ । ଏ ଆର୍ ରେହମାନ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ନୂଆ ଚଳଚ୍ଚିତ୍ର ‘ARRDP6’ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରର ପୋଷ୍ଟର ମଧ୍ୟ ରିଲିଜ ହୋଇଛି। ଏହି ପୋଷ୍ଟରରେ ଅଭିନେତା ପ୍ରଭୁ ଦେବାଙ୍କ ଆଇକନିକ୍ ଡ୍ୟାନ୍ସ ହୁକ୍ ଷ୍ଟେପ୍ ଦେଖିବାକୁ ମିଳିଛି ।

ଏହି ପୋଷ୍ଟରରେ ଉଭୟଙ୍କ ନାଁ ମଧ୍ୟ ଲେଖାଅଛି । କହିରଖୁଛୁ କି, ଶେଷ ଥର ଏହି ଯୋଡି ୩୦ ବର୍ଷ ପୂର୍ବେ ଫିଲ୍ମ ‘ହମସେ ହେ ମୁକାବଲା’ ସହ ଦର୍ଶକଙ୍କ ମନ ଜିତିଥିଲେ । ଫିଲ୍ମର ହିଟ୍ ଗୀତ ‘ମୁକବାଲା’କୁ ଆଜି ବି ଲୋକେ ବେଶ ପସନ୍ଦ କରନ୍ତି । ବର୍ତ୍ତମାନ ପୁଣି ଏକଠି ନଜର ଆସିବାକୁ ଥିବା ବେଳେ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ARRPD6 ମନୋଜ ଏନଏସ, ଦିବ୍ୟା ମନୋଜ ଏବଂ ଡ. ପ୍ରବୀଣ ଏଲୋକ ଦ୍ୱାରା ନିର୍ମିତ । ଏହି ଚଳଚ୍ଚିତ୍ରରେ ରେହମାନଙ୍କ ସଙ୍ଗୀତ ରହିବ ଏବଂ ଅନୁପ ଭି ଶିଆଲା ସିନେମାଟୋଗ୍ରାଫିର କାର୍ଯ୍ୟ ପରିଚାଳନା କରିବେ । ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ପ୍ରଭୁ ଦେବାଙ୍କ ବ୍ୟତୀତ ଏହି ଫିଲ୍ମରେ ଯୋଗୀ ବାବୁ, ଅଜୁ ଭର୍ଗିସ, ଅର୍ଜୁନ ଅଶୋକାନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏମାନଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ମୋଟା ରାଜେନ୍ଦ୍ରନ୍ ଏବଂ ରେଡିନ କିଙ୍ଗସଲି ମଧ୍ୟ ଅଭିନୟ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking