35.1 C
Bhubaneswar
Friday, May 10, 2024
Homeଅପରାଧଗୋରୁ ଚମଡ଼ା ବୋଝେଇ ଜବତ ଟ୍ରକକୁ ଜାଳିଦେଲେ ଦୁବୃର୍ତ୍ତ

ଗୋରୁ ଚମଡ଼ା ବୋଝେଇ ଜବତ ଟ୍ରକକୁ ଜାଳିଦେଲେ ଦୁବୃର୍ତ୍ତ

ରାଇରଙ୍ଗପୁର: ଗୋ-ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ସୂଚନାନୁସାରେ ଗତ ୪ ତାରିଖ ରାତିରେ ବହଳଦା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ପାଟ୍ରୋଲିଂ କରୁଥିବା ସମୟରେ ରାତି ୩ଟା ପାଖାପାଖିରେ ଏକ ଟ୍ରକ୍ ବେଆଇନ ଜିନିଷ ନେଇ ଯାଉଥିବା ଖବର ପାଇଥିଲା। ଟ୍ରକ୍‌କୁ ପିଛା କରି ଅଟକାଇ ଯାଞ୍ଚ କଲାପରେ ସେଥିରେ ଗୋରୁ ଚମଡା ଥିବା ଦେଖିବାକୁ ପାଇଥିଲା। ଅଭିଯୁକ୍ତମାନଙ୍କୁ ଥାନାକୁ ଆଣି ପଚରାଉଚରା ପରେ ଗୋରୁ ଚମଡ଼ାଗୁଡ଼ିକ ବଡଦୁନ୍ଦୁ ଅଞ୍ଚଳରୁ ପଶ୍ଚିମବଙ୍ଗ ଯାଉଥିବା କହିଥିଲା ଅଭିଯୁକ୍ତ ଡ୍ରାଇଭର। ଡ୍ରାଇଭର ନିକଟରେ ଥିବା ଏକ ନକଲି ଚାଲାଣକୁ ମଧ୍ୟ ଜବତ କରିଥିଲା, ଯାହାର ଲିଙ୍କ ଚଣ୍ଡି ଖୋଲରୁ ରହିଥିଲା। ଗାଡ଼ି ଡ୍ରାଇଭର ସହିତ ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ଶଙ୍କରପୁର ଅଞ୍ଚଳର ଏସ୍.କେ ମୁରାଦ (୩୦), ଏସ୍.କେ ସାମିଲ(୩୨), ଦରଜିପତି ଅଞ୍ଚଳର ରମଜାନ୍ ଖାନ୍(୨୨)ଙ୍କୁ ପୁଲିସ ଗିରଫ କରିଥିଲା। ଜବତ ଟ୍ରକ୍‌କୁ ଥାନା ପାର୍ଶରେ ରଖିଥିଲେ। ତେବେ ଗତ ରାତି ପ୍ରାୟ ୨ ଟା ସମୟରେ ଦୁର୍ବୃତ୍ତ ମାନେ ଟ୍ରକ୍ ରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ। ନିଆଁ ଲାଗିବା ଦେଖି ପୋଲିସ ଦମକଳ ବାହୀନିକୁ ଖବର ଦେବା ପରେ ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ କରିଥିଲେ। ତେବେ ସେତିକି ସମୟକୁ ଟ୍ରକର କିଛି ଅଂଶ ପୋଡ଼ିଯାଇଥିବା ସୂଚନା ମିଳିଛି। କିଏ କାହିଁକି ଉକ୍ତ ଟ୍ରକ୍ ରେ ନିଆଁ ଲଗାଇଲା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ନିଆଁ ଲିଭାଇବା ପରେ ଟ୍ରକକୁ ଅନ୍ୟ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ତେବେ ବର୍ତ୍ତମାନ ଚମଡା ବଝେଇ ଟ୍ରକକୁ ରାସ୍ତା ପାର୍ଶ୍ବରେ ରଖାଯାଇଥିବାରୁ ଜନସାଧାରଣ ଅସନ୍ତୋଷ ପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking