28.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶନିର୍ବାଚନୀ ବଣ୍ଡ ମାମଲା : ଏସବିଆଇର ଆବେଦନ ଖାରଜ କଲେ ସୁପ୍ରମିକୋର୍ଟ

ନିର୍ବାଚନୀ ବଣ୍ଡ ମାମଲା : ଏସବିଆଇର ଆବେଦନ ଖାରଜ କଲେ ସୁପ୍ରମିକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ମାମଲାରେ ଷ୍ଟେଟ ବ୍ୟାଙ୍କକୁ ଶକ୍ତ ଝଟକା । ଏସବିଆଇର ଆବେଦନ ଖାରଜ କଲେ ସୁପ୍ରମିକୋର୍ଟ । ନିର୍ବାଚନୀ ବଣ୍ଡ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଦେବା ନେଇ ସମୟ ସୀମା ବୃଦ୍ଧି କରିବାକୁ ମନା କଲେ ସର୍ବୋଚ୍ଚ ନ୍ୟାୟାଳୟ । ଜୁନ ୩୦ ତାରିଖ ପର୍ୟ୍ୟନ୍ତ ସମୟ ମାଗିଥିଲା ଷ୍ଟେଟ ବ୍ୟାଙ୍କ । ଆଜି ଏହାର ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଆସନ୍ତାକାଲି ସୁଦ୍ଧା ନିର୍ବାଚନ ବଣ୍ଡ୍ ସଂପର୍କିତ ସବିଶେଷ ତଥ୍ୟ ଦେବାକୁ କୋର୍ଟ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ନିର୍ବାଚନ କମିଶନ ମାର୍ଚ୍ଚ ୧୫ ତାରିଖ ସଂଧ୍ୟା ୫ଟା ସୁଦ୍ଧା, ଏ ସଂପର୍କିତ ସମସ୍ତ ସୂଚନା ସଂଗ୍ରହ କରି ନିଜ ୱେବସାଇଟରେ ଅପଲୋଡ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ ଷ୍ଟେଟବ୍ୟାଙ୍କକୁ ତାଗିତ କରିଥିଲେ ସର୍ବୋଚ୍ଚ ଅଦାଲତ ।ମଙ୍ଗଳବାର ସୁଦ୍ଧା ନିର୍ବାଚନ ବଣ୍ଡର ସବିଶେଷ ତଥ୍ୟ ଦେବାକୁ କୋର୍ଟ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ସୁଦ୍ଧା ଯଦି ନିର୍ବାଚନ ଆୟୋଗଙ୍କ ନିକଟରେ ବଣ୍ଡ ସମ୍ବନ୍ଧୀୟ ତଥ୍ୟ ଦାଖଲ ନହୁଏ ତେବେ ଏହା ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ।
ଏସବିଆଇ ନିର୍ବାଚନ ବଣ୍ଡ ସମ୍ବନ୍ଧୀୟ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗକଙ୍କ ନିକଟରେ ଦାଖଲ କରିବ । ଏହାକୁ ମାର୍ଚ୍ଚ ୧୫ ଅପରାହ୍ନ ୫ଟା ସୁଦ୍ଧା ECI ତାର ଅଫିସିଆଲ୍ ୱେବସାଇଟରେ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୯ରୁ ଆଜି ପର୍ୟ୍ୟନ୍ତ ମିଳିଥିବା ଅନୁଦାନର ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking