38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶ୮ କୋଟିରେ ଆଉ ଏକ ଜମି କିଣିଛି ରାମମନ୍ଦିର ଟ୍ରଷ୍ଟ

୮ କୋଟିରେ ଆଉ ଏକ ଜମି କିଣିଛି ରାମମନ୍ଦିର ଟ୍ରଷ୍ଟ

ଅଯୋଧ୍ୟା : ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ନିର୍ମିତ ହେବାକୁ ଥିବା ରାମମନ୍ଦିରକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ପୂର୍ବରୁ ଏକ ଜମି କିଣାକୁ ନେଇ ବିବାଦର ସୂତ୍ରପାତ ହୋଇଥିବାବେଳେ ରାମମନ୍ଦିର ଟ୍ରଷ୍ଟ ପକ୍ଷରୁ  ଆଉ ଏକ ଜମି କିଣାଯାଇଥିବା ଜଣାପଡିଛି । ୧.୦୩୭ ହେକ୍ଟର ବିଶିଷ୍ଟ ଏହି ଜମିକୁ ଟ୍ରଷ୍ଟ ପକ୍ଷରୁ ୮ କୋଟି ଟଙ୍କାରେ କିଣାଯାଇଛି । ତେବେ ଏହି ଜମି ଅନ୍ୟ ଜଣେ ମାଲିକଙ୍କଠାରୁ କିଣାଯାଇଛି ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ସୂଚନା ମୁତାବକ ଟ୍ରଷ୍ଟ ପକ୍ଷରୁ କିଣାଯାଇଥିବା ପ୍ରଥମ ଜମିକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା । ଜମିର ପ୍ରକୃତ ମାଲିକ ହରିଶ ଓ କୁସୁମ ପାଠକଙ୍କଠାରୁ ସୁଲତାନ ଆନ୍‌ସାରୀ ନାମକ ବ୍ୟକ୍ତି ୨ କୋଟି ଟଙ୍କାରେ ୧.୨୦୮ ହେକ୍ଟର ଜମି କିଣିଥିଲେ । ପରବର୍ତ୍ତୀ ସମୟରେ ସେ ଉକ୍ତ ଜମିକୁ ୧୮.୫ କୋଟିରେ ଟ୍ରଷ୍ଟକୁ ବିକ୍ରି କରିଥିଲେ । ଏହାକୁ ନେଇ ବିତର୍କ ସୃଷ୍ଟି ହେବାପରେ ଟ୍ରଷ୍ଟ ପକ୍ଷରୁ ଏହାର ବିକ୍ରି କବଲାକୁ ସାର୍ବଜନୀନ କରାଯାଇଥିଲା । ୨ କୋଟି ଟଙ୍କା ମୂଲ୍ୟର ଜମିକୁ କାହିଁକି ୧୮.୫ କୋଟିରେ କିଣାଗଲା ବୋଲି ବିରୋଧୀ ଦଳଗୁଡିକ ପ୍ରଶ୍ନ ଉଠାଇଥିଲେ । ତେବେ ପ୍ରଥମ ଜମି କିଣିବା ଦିନ ହିଁ ଟ୍ରଷ୍ଟ ପକ୍ଷରୁ ଦ୍ୱିତୀୟ ଜମିକୁ ୮ କୋଟିରେ କିଣାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking