39.1 C
Bhubaneswar
Tuesday, April 23, 2024
Homeଓଡିଶାବୋହୂଙ୍କୁ ଯୌତୁକ ନିର୍ଯାତନା, ସ୍ୱାମୀ, ଶ୍ୱଶୁର ଓ ଦିଅର ଗିରଫ

ବୋହୂଙ୍କୁ ଯୌତୁକ ନିର୍ଯାତନା, ସ୍ୱାମୀ, ଶ୍ୱଶୁର ଓ ଦିଅର ଗିରଫ

ବାଲେଶ୍ୱର : ଯୌତୁକ ପାଇଁ ବହୁକୁ ନିର୍ଯ୍ୟାତନା ଦେବା ସହିତ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବାବେଳେ ମୃତ୍ୟୁମୁଖରୁ ବଞ୍ଚାଇଲେ ଗ୍ରାମବାସୀ । ଥାନାରେ ଅଭିଯୋଗ ପରେ ସ୍ୱାମୀ, ଶଶୁର ଓ ଦିଅରକୁ ଗିରଫ କଲା ପୋଲିସ । ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଜଳଦା ପଞ୍ଚାୟତ ଅଧିନ ସମ୍ପେଇ ଗ୍ରାମରେ । ଅଭିଯୋଗ ଅନୁଯାୟୀ ଖଇରା ବ୍ଲକ ଅଧିନ ଭୁଗୁପୁରୁ ଗ୍ରାମର ଜୟକୃଷ୍ଣ ରାମଙ୍କ ସାନ ଝିଅ ମଧୁସ୍ମିତା ସହିତ ଗତ ଚାରିବର୍ଷ ତଳେ ଖଇରା ଥାନା ସମ୍ପେଇ ଗ୍ରାମର ଚକ୍ରଧର ଜେନାଙ୍କ ବଡ଼ ପୁଅ ବ୍ରହ୍ମାନନ୍ଦ ଜେନାଙ୍କ ସହିତ ବିବାହ ହୋଇଥିଲା । ବିବାହର ୬ମାସ ପରେ ଶଶୁରଘର ଲୋକ ମାନେ ମଧୁସ୍ମିତାକୁ ବାପଘରୁ ଅଧିକ ପଚାଶ ହଜାର ଟଙ୍କା ଯୌତୁକ ଆଣିବା ପାଇଁ ଦାବି କରିଥିଲେ ।

ହେଲେ ଯୌତୁକ ଟଙ୍କା ନଆଣିବାରୁ ସ୍ୱାମୀ ବ୍ରହ୍ମାନନ୍ଦ ଜେନା, ଶାଶୁ ରତିନି ଜେନା, ଶଶୁର ଚକ୍ରଧର ଜେନା, ନଣନ୍ଦ ଜୟନ୍ତୀ ଜେନା ଏବଂ ଦିଅର ଗଙ୍ଗାଧର ଜେନା ମଧୁସ୍ମିତାକୁ ଅଧିକାଂଶ ସମୟରେ ମାଡ଼ ମାରିବା ସହିତ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଆସୁଥିଲେ । ଏନେଇ ବହୁବାର ଗ୍ରାମବାସୀ ଏବଂ ସ୍ଥାନୀୟ ସରପଞ୍ଚଙ୍କ ଦ୍ୱାରା ବୁଝାସୁଝା କରି ସମାଧାନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା । ପରେ ଏନେଇ ପୂର୍ବରୁ ଥାନାରେ ମଧ୍ୟ ଦୁଇ ଥର ଲେଖାପଢ଼ା କରି ଶଶୁର ଘର ଲୋକ ମାନଙ୍କୁ ଝଗଡା କି ପିଟାମରା ନକରିବା ପାଇଁ ତାଗିଦ କରିବା ସହିତ ଉଭୟଙ୍କ ମଧ୍ୟରେ ଲେଖା ମଧ୍ୟ ହୋଇଥିଲା ।

ହେଲେ ଶଶୁରଘର ଲୋକମାନେ ପୁନର୍ବାର ଯୌତୁକ ଦାବିକରି ଗତକାଲି ମଧୁସ୍ମିତାକୁ ଶାବଳରେ ଆକ୍ରମଣ କରିବା ସହିତ ବେକରେ ଶାଢ଼ୀ ଗୁଡ଼ାଇ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ । ହେଲେ ପାଖରେ ଥିବା ଗ୍ରାମବାସୀ ମାନେ ଜାଣିପାରି ସେମାନଙ୍କ କବଳରୁ ମଧୁସ୍ମିତାକୁ ଉଦ୍ଧାର କରି ଖଇରା ଥାନାକୁ ଖବର ଦେଇଥିଲେ । ଖବର ପାଇ ଖଇରା ଥାନା ଆଇଆଇସି ଶ୍ରୀବଲଭ ସାହୁଙ୍କ ନିର୍ଦେଶ କ୍ରମେ ଏସଆଇ ଶ୍ୟାମସୁନ୍ଦର ବିନ୍ଧାଣି ଘଟଣା ସ୍ଥଳରେ ପହଞ୍ଚି ମଧୁସ୍ମିତାକୁ ଉଦ୍ଧାର କରି ଖଇରା ମେଡିକାଲରେ ଚିକିତ୍ସା କରାଇବା ସହିତ ଶଶୁର ଚକ୍ରଧର, ସ୍ୱାମୀ ବ୍ରହ୍ମାନନ୍ଦ, ଦିଅର ଗଙ୍ଗାଧରକୁ ଥାନାକୁ ଆଣି ଅଟକ ରଖିଥିଲେ । ପରେ ମଧୁସ୍ମିତାଙ୍କ ଅଭିଯୋଗ ଅନୁଯାୟୀ ଖଇରା ପୋଲିସ ଏକ ମାମଲା ୧୩୧/୨୧ ରୁଜୁ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଆସନ୍ତାକଲି କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking