39.1 C
Bhubaneswar
Friday, April 26, 2024
Homeଅପରାଧଦୁଷ୍କର୍ମକାରୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଦୁଷ୍କର୍ମକାରୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ

ବାରିପଦା :୧୩ବର୍ଷର ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମକରିବା ମାମଲାର ବିଚାରକରି ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସୁମିତା ଜେନା ଅଭିଯୁକ୍ତ ବେତନଟୀ ଥାନା ଭାଲିଆ(ଅମୁଲକଚା) ଗ୍ରାମର ଶମ୍ଭୁ ସିଂ(୩୫)କୁ ୧୦ବର୍ଷ ସଶ୍ରମ କରାଦଣ୍ଡାଦେଶ ସହ ୧୬ହଜାର ଟଙ୍କା ଜୋରିମାନା କରିଥିବା ରାୟରେ ଶୁଣାଇଛନ୍ତି । ଦୋଷୀ ସାବ୍ୟସ୍ତ ଅଭିଯୁକ୍ତକୁ ଶିଶୁ ଯୌନଶୋଷଣ ନିବାରଣ ଆଇନର ୬ଧାରାରେ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଅନାଦେୟ ଅତିରିକ୍ତ ୩ମାସ କାରାଦଣ୍ଡ ଏବଂ ଭାରତୀୟ ପିଙ୍ଗଳ କୋର୍ଡର ୩୬୩ ଦଫାରେ ୨ବର୍ଷ ସଶ୍ରମ କାରାଦଣ୍ଡ ଓ ୩୬୬ ଦଫାରେ ତିନିବର୍ଷ ସଶ୍ରମ କାରାଦଣ୍ଡ ସହିତ ଉଭୟ ଦଫାରେ ୩ହଜାର ଟଙ୍କାକରି ଜୋରିମାନା ଅନାଦେୟ ଅତିରିକ୍ତ ୧ମାସ କରି କାରାଦଣ୍ଡ ନିର୍ଦ୍ଦେଶ ରହିଛି । ଏଥିସହିତ ପୀଡ଼ିତାଙ୍କ ଥଇଥାନ ପାଇଁ ୪ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସକାଶେ ମୟୂରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକଙ୍କୁ ସୂଚନା ଦିଆଯାଇଥିବା ଜଣାଯାଇଛି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଅଭିନ୍ନ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking