29.1 C
Bhubaneswar
Wednesday, May 1, 2024
Homeଓଡିଶାବିଶେଶ୍ୱର ଟୁଡୁଙ୍କୁ ଟିକେଟ ଦେଇନି ଦଳ

ବିଶେଶ୍ୱର ଟୁଡୁଙ୍କୁ ଟିକେଟ ଦେଇନି ଦଳ

ଭୁବନେଶ୍ବର : ବିଜେପି ଆଜି ରାଜ୍ୟରେ ଆଉ ୨୧ ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରାଉରକେଲାରୁ ଦଳ ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ଟିକେଟ ଦେଇଛି । ଜଗତସିଂହପୁରରୁ ଅମରେନ୍ଦ୍ର ଦାସ, ରଣପୁରରୁ ସୁରମା ପାଢୀ ପ୍ରମୁଖଙ୍କୁ ଟିକେଟ ମିଳିଛି । ପୂର୍ବରୁ ଦଳ ପ୍ରଥମ ପର୍ଯ୍ୟାୟରେ ୧୧୨ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିଲା । ଦଳ ରାଜ୍ୟର ସମସ୍ତ ୨୧ ଲୋକସଭା ଆସନରେ ମଧ୍ୟ ଦଳ ପ୍ରାର୍ଥୀ ଘୋଷଣା କରିସାରିଛି । ଅନ୍ୟ ଏକ ରୋଚକ କଥା ହେଉଛି, ଦଳ ମୟୂରଭଞ୍ଜ ଜିଲ୍ଲାରେ ୯ଟି ଯାକ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ଟିକଟ ଦେଇନି ଦଳ । ସାଂସଦ ପ୍ରାର୍ଥୀ ଭାବେ ଟିକେଟ ନମିଳିବା ପରେ ଟୁଡୁଙ୍କୁ ବିଧାୟକ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ବିଧାନସଭା ଟିକଟ ମଧ୍ଯ ମିଳିଲା ନାହିଁ । ୧୪୭ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପି ଦୁଇଟି ପର୍ଯ୍ୟାୟରେ ୧୩୩ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ, ଆଉ ୧୪ ଆସନରେ ବାକି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking