38.1 C
Bhubaneswar
Friday, April 26, 2024
Homeଓଡିଶାକଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଲାଖବିନ୍ଧା ପର୍ବ ସମ୍ପନ୍ନ

କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଲାଖବିନ୍ଧା ପର୍ବ ସମ୍ପନ୍ନ

ଭବାନୀପାଟଣା: ଭବାନୀପାଟଣା ସହରବାସୀଙ୍କ ୧୪୪ ଧାରାକୁ ଫୁ । ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜାର ଶେଷ ଦିନରେ କଳାହାଣ୍ଡି ଅଧିଷ୍ଠାତ୍ରୀ ମାଁ ମାଣିକେଶ୍ୱରୀଙ୍କ ଲାଖବିନ୍ଧା ପର୍ବ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନ ୩ଟା ସମୟରେ ମନ୍ଦିରରୁ ମାଆଙ୍କ ଛତ୍ର ନେଇ ପୂଜକ ଓ କିଛି ସେବକ ବିଜେ କରିଥିଲେ । ପରମ୍ପରା ଅନୁସାରେ ଦଶମୀ ତିଥିରେ ମାଆଙ୍କ ଛତ୍ର କୁ ମନ୍ଦିରରୁ ତିନି କିଲୋମିଟର ଦୂର ନକଟିଗୁଡା ନେବା ପରେ ସେଠାରେ ଯଥାରୀତି ପୂଜା କରାଯାଏ । ରାଜ ପରିବାରବର୍ଗଙ୍କ ଆଗମନ ହେବା ପରେ, କଳାହାଣ୍ଡି ମହାରାଜ ଶ୍ରୀଯୁକ୍ତ ଅନନ୍ତ ପ୍ରତାପ ଦେଓ ମାଆଙ୍କ ଛତ୍ର କୁ ପୂଜାର୍ଚ୍ଚନା କରିଥିଲେ ।

ସମସ୍ତ ବିଧି ସମ୍ପନ୍ନ ପରେ ସୁଉଚ୍ଚ ବାଉଁଶ ଉପରେ ବନ୍ଧା ଯାଇଥିବା ଫରୁଆ, ଯାହା ଭିତରେ ସିନ୍ଦୁର, ଫୁଲ ରଖାଯାଇଥାଏ, ତାହାକୁ ବନ୍ଧୁକରେ ଲକ୍ଷ୍ୟ ବିଦ୍ଧ କରାଯାଇଥାଏ । ଏଥି ପାଇଁ ପ୍ରତିବର୍ଷ ଜନସାଧାରଣଙ୍କୁ ପ୍ରଥମେ ସୁଯୋଗ ଦିଆଯିବା ପରେ ରାଜ ପରିବାର ସଦସ୍ୟ ଲକ୍ଷ୍ୟ ସାଧନ କରିଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଜନସାଧାରଣଙ୍କ ସର୍ବସାଧାରଣ ସ୍ଥାନରେ ଏକାଠି ମେଳ ହେବା ଉପରେ ସରକାର ରୋକ ଲଗାଇଥିବା ଯୋଗୁଁ, ରାଜ ପରିବାର ପକ୍ଷରୁ ପୂର୍ବତନ ଲୋକସଭା ସଦସ୍ୟ ଅର୍କ କେଶରୀ ଦେଓ ଲକ୍ଷ୍ୟ ବିନ୍ଧିବା ପରେ ପର୍ବ ସମାପନ ହୋଇଥିଲା । ଏହାପରେ ପୂଜକ ଓ ସେବାୟତ ମାଆଙ୍କ ଛତ୍ରକୁ ନେଇ ପୁନର୍ବାର ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମନ୍ଦିର ପହଞ୍ଚିବା ପରେ କଳାହାଣ୍ଡି ମହାରାଜା ଶ୍ରୀଯୁକ୍ତ ଅନନ୍ତ ପ୍ରତାପ ଦେଓ ମାଆଙ୍କ ଛତ୍ରକୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ ଏହାପରେ, ମା ମାଣିକେଶ୍ୱରୀଙ୍କ ଆଳତୀ କରାଯାଇଥିଲା ।

ତେବେ ଚଳିତ ବର୍ଷ କରୋନା ସଂକ୍ରମଣ କୁ ପ୍ରତିହତ କରିବା ଉଦ୍ଦେଶ୍ୟରେ, କଳାହାଣ୍ଡି ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ୨୨ ତାରିଖ ମଧ୍ୟରାତ୍ରିରୁ ଭବାନୀପାଟଣା ସହରକୁ ପ୍ରବେଶ ଉପରେ କଟକଣା ଆଦେଶ କରିବା ସହିତ, ୨୫ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଥିଲେ । କିନ୍ତୁ ଭକ୍ତଙ୍କ ଭକ୍ତିରେ ହାର ମାନିଥିଲେ ପୋଲିସ ବିଭାଗ ଓ ଜିଲ୍ଲା ପ୍ରଶାସନ । ସହରର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଜନସାଧାରଣ କୋଭିଡ କଟକଣା ଓ ସାମାଜିକ ଦୂରତା କୁ ସମ୍ପୂର୍ଣ୍ଣ ବେଖାତିର କରି ମାଆଙ୍କ ଦର୍ଶନ କରିବା ନିମନ୍ତେ ଭିଡ଼ ଜମାଇବା ପରିଲକ୍ଷିତ ହୋଇଥିଲା । ଏଥିସହିତ ପ୍ରଶାସନର ବାରଣ ସତ୍ବେ କିଛି ମାନସିକଧାରୀ ମୁଖ୍ୟ ରାସ୍ତାରେ ବୋଦା ଓ କୁକୁଡ଼ା ବଳି ଦେବା ମଧ୍ୟ ନଜରକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking