30.1 C
Bhubaneswar
Friday, April 26, 2024
Homeଓଡିଶାକୋରାବନ୍ଦି ଶାଗୁଆନ ଜଂଗଲ ଜଳୁଛି

କୋରାବନ୍ଦି ଶାଗୁଆନ ଜଂଗଲ ଜଳୁଛି

ଶହ ଶହ ବନ୍ୟ ପ୍ରାଣୀ ଜୀବନ୍ତ ଦଗ୍ଧ, ପରିବେଶବିଦ୍‌ଙ୍କ ତଦନ୍ତ ଦାବୀ
ଯାଜପୁର: କ୍ରମାଗତ ଭାବେ ଜଂଗଲର ଦେଖାରଖା ଅଭାବରୁ ଏସିଆ ମହାଦେଶର ଇସ୍ପାତ ତଥା ଧାତବ ରାଜଧାନୀ କଳିଙ୍ଗନଗର ଶିଳ୍ପାଂଚଳ ସନ୍ନିକଟ ଯାଜପୁରରୋଡ ବନାଂଚଳ ଅଧିନ ଓ ପଚ୍ଛିକୋଟ ଡି.ପି.ଏଫ ଅର୍ନ୍ତଗତ କୋରାବନ୍ଦି ଜଂଗଲ ଧ୍ୱଂସ ପାଇଚାଲିବା ସହ ଏଥିରେ ବସବାସ କରୁଥିବା ଜୀବଜନ୍ତୁ ଅଯଥା ମୃତ୍ୟୁବରଣ କରୁଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ଦିନ ପ୍ରାୟ ୨ଟା ପରେ ପରେ କୈାଣସି କାରଣବଶତଃ କୋରାବନ୍ଦି ଜଂଗଲରେ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ପ୍ରଖର ଥିଲା ଯେ, ଚାହୁଁ ଚାହୁଁ ନିଆଁ ସମଗ୍ର ଜଂଗଲକୁ ବିସ୍ତାରିତ ହୋଇଥିଲା । ଖବର ଲେଖାହେବା ପର୍ଯ୍ୟନ୍ତ ପ୍ରାୟ ୧୦୦ଏକର ଜଂଗଲ ପୋଡି ପାଉଁଶ ହୋଇଯାଇଛି । ଏହି ଘଟଣାର ଭୟାବହତା ଉପରେ ଜଣାଇ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ପରିବେଶବିଦ୍ ଦୁଷ୍ମନ୍ତ କୁମାର ରାଉତ ଜଂଗଲ ବିଭାଗର ମୁଖ୍ୟ ବନ ସଂରକ୍ଷକ, ଅନଗୁଳ ସ୍ଥିତ ଆର.ସି.ସି.ଏଫ, କଟକ ଡି.ଏଫ.ଓଙ୍କ ସହ ଯୋଗାଯୋଗ କରିଥିଲେ ହେଁ ଅନଗୁଳର ଆର.ସି.ସି.ଏଫ ରାଜ୍ୟ ବାହାରେ ଥିବାର ଜଣାଇଥିଲେ । ଶ୍ରୀ ରାଉତ ଆଶଙ୍କା କରିଛନ୍ତି ଯେ, ଏହି ଜଂଗଲରେ ରହୁଥିବା ୩୦୦ରୁ ୪୦୦ ଠେକୁଆ, ୧୦୦ ପାଖାପାଖି ଭାଲୁ, ଅନେକ ବାର୍‌ହା, ହରିଣ, ସାପ ଆଦି ଶରୀସୃପ ଏଥିରେ ଜୀବନ୍ତ ଦଗ୍ଧ ହୋଇଯାଇଥିବେ । ଏଭଳି ବିପତ୍ତି ବେଳେ ଜଂଗଲ ବିଭାଗର ବରିଷ୍ଠ ଅଧିକାରୀମାନେ ଆତ୍ମଗୋପନ ଭଳି ଆଚରଣ କରିବା ଅନ୍ତ୍ୟନ୍ତ ଦୁଃଖଦାୟକ! ସେ ଅଭିଯୋଗ କରିଛନ୍ତି କି, ରଗଡି ଓ ଏହାର ଆଖପାଖ ଅଂଚଳରେ ଜଂଗଲ ସୁରକ୍ଷା ଓ କାଠ ଚୋରୀକୁ ରୋକିବା ପାଇଁ ଦିଆଯାଇଥିବା ପ୍ରୋଟେ୍‌କସନ ସ୍କ୍ୱାର୍ଡକୁ ଯାଜପୁରରୋଡର ରେଞ୍ଜ ଅଧିକାରୀ ଜାଣିଶୁଣି ଅପସାରଣ କରି ନେଇ ଯାଜପୁରରୋଡରେ ନର୍ସରୀ କାମରେ ଲଗାଇଛନ୍ତି । ସେମାନେ ଏଠାରେ ଏବେ ଜରିରେ ମାଟି ପୁରାଇବା କାମ କରୁଛନ୍ତି । ରଗଡିର ବନପାଳଙ୍କ କାର୍ଯ୍ୟାଳୟରେ ବର୍ଷେ ହେଲା ସବୁ ବେଳେ ତାଲା ଝୁଲୁଥିବାର ଦେଖାଯାଉଛି ଓ ସେ ଯାଜପୁରରୋଡରେ ରହୁଛନ୍ତି । କଟକ ଡି.ଏଫ.ଓଙ୍କ ଆଦେଶକୁ ଅବମାନନା କରାଯାଇ ଜଂଗଲ ସୁରକ୍ଷା କର୍ମୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏସବୁ ବିଷୟ ଉପରେ ବିଧିବଦ୍ଧ ତଦନ୍ତ ସହ ଜୀବଜନ୍ତୁଙ୍କ ଜୀବନ ହାନି ଉପରେ ପଦକ୍ଷେପ ନେବାକୁ ଶ୍ରୀ ରାଉତ ଦାବୀ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking