34.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ପାଇଁ ବ୍ୟାସନଗର ସହରରେ ୧୫ଟି ମଲ ବନ୍ଦ

କରୋନା ପାଇଁ ବ୍ୟାସନଗର ସହରରେ ୧୫ଟି ମଲ ବନ୍ଦ

ଯାଜପୁର : କରୋନା ମୁକାବିଲା କରିବା ପାଇଁ ଯାଜପୁର ପ୍ରଶାସନ ପକ୍ଷରୁ ଗତକାଲି ବ୍ୟାସନଗର ସହରରେ ଥିବା ୧୫ଟି ମଲ ଉପରେ କଟକଣା ଜାରି କରାଯାଇଛି । ଏହି କଟକଣା ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସମଗ୍ର ସହରରେ ୧୪୪ଧାରା ଜାରି କରାଯାଇଛି । ୫ଜଣରୁ ଉର୍ଦ୍ଧ୍ୱ ଲୋକ ଗୋଟିଏ ଜାଗାରେ ଏକାଠି ଠିଆ ହୋଇ ପାରିବେ ନାହିଁ । ମଲ ଗୁଡ଼ିକୁ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ନେତୃତ୍ୱରେ ବ୍ୟାସନଗର ଅତିରିକ୍ତ ତହସିଲ୍‌ଦାର ରଶ୍ମିତା ସ୍ୱାଇଁ ପୌରପରିଷଦର ଏକ୍‌ଜ୍ୟୁଟିଭ ଅଫିସର ଶ୍ରୀ ଜେନା ଏବଂ ଯାଜପୁର ରୋଡ଼ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି ପ୍ରମୁଖ ୧୫ରୁ ଉର୍ଦ୍ଧ୍ୱ ମହଲକୁ ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମହଲ ଗୁଡ଼ିକୁ ବନ୍ଦ କରିଦିଆଯାଇଛି । ମହଲ ଖୋଲିଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଳିଙ୍ଗ ନଗର ଏଡ଼ି.ଏମ୍ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସହରରେ ସଭାସମିତି ଓ ଶୋଭାଯାତ୍ରା ଉପରେ କଟକଣା ଜାରି କରାଯାଇଛି । ଏହି କାର୍ଯ୍ୟରେ ପୌରପରିଷଦ କର୍ମଚାରୀମାନେ ଉପସ୍ଥିତ ଥିବା ଦେଖାଯାଇଥିଲା ।
https://onakhabar.com/2020/03/17/the-ohrc-has-imposed-a-curfew-on-corona/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking