26.1 C
Bhubaneswar
Friday, March 29, 2024
Homeଓଡିଶାକରୋନାଭାଇରସ ମୁକାବିଲା ପାଇଁ ଟାଟା ଷ୍ଟିଲ ପକ୍ଷରୁ ଅନେକ ତ୍ୱରିତ ପଦକ୍ଷେପ

କରୋନାଭାଇରସ ମୁକାବିଲା ପାଇଁ ଟାଟା ଷ୍ଟିଲ ପକ୍ଷରୁ ଅନେକ ତ୍ୱରିତ ପଦକ୍ଷେପ

ଯାଜପୁର : ଟାଟା ଷ୍ଟିଲର ଏକ ମଜବୁତ ଢାଞ୍ଚା ଗତ ପ୍ରବନ୍ଧନ ପ୍ରଣାଳୀ ଓ ଏକ ବ୍ୟବସ୍ଥିତ ସୁରକ୍ଷିତ ପ୍ରଶାସନ ଢାଞ୍ଚା ରହିଛି, ଯାହାକି ଏହାର ସ୍ୱାସ୍ଥ୍ୟ ଓ ସୁରକ୍ଷା ପଦକ୍ଷେପକୁ ସଂଚାଳିତ କରୁଛି ।
ଆମେ ନିଜ କାର୍ଯ୍ୟକ୍ଷେତ୍ରରେ ଲଗାତାର କରୋନାଭାଇରସ୍ (କୋଭିଡ-୧୯) ର ସ୍ଥିତି ନିରୀକ୍ଷଣ କରୁଛୁ ଓ ଆମ ହିତାଧିକାରୀଙ୍କ ସହିତ ନିୟମିତ ଭାବେ ଯୋଗାଯୋଗ ସ୍ଥାପନ ସୁନିଶ୍ଚିତ କରୁଛୁ । ଦେଶର ବିଭିନ୍ନ ସ୍ଥାନରେ ଦ୍ରୁତ ଗତିରେ ବିସ୍ତାର କରୁଥିବା କରୋନାଭାଇରସ୍ (କୋଭିଡ-୧୯) ର ସନ୍ଦିଗ୍ଧ/ସୁନିଶ୍ଚିତ ବ୍ୟକ୍ତିଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସମସ୍ତଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ନିରନ୍ତର ଉଦ୍ୟମ କରିବା ନିହାତି ଆବଶ୍ୟକ ହୋଇପଡ଼ିଛି ।
୧. କର୍ମଚାରୀମାନଙ୍କ ସମସ୍ତ ଆନ୍ତର୍ଜାତିକ ଓ ଘରୋଇ ବ୍ୟବସାୟିକ ଯାତ୍ରାକୁ ସ୍ଥଗିତ ରଖିବାପାଇଁ ଯାତ୍ରା ସମ୍ପର୍କିତ ପରାମର୍ଶ ଜାରି କରାଯାଇଛି ।
୨. ଗତ ୧୪ ଦିନ ମଧ୍ୟରେ ବିଦେଶ ଯାତ୍ରା କରିଥିବା ମମସ୍ତକର୍ମଚାରୀ (ନିଜର କିମ୍ବା ଅନ୍ୟ ପରିବାର ସଦସ୍ୟ) ମୁଖ୍ୟତଃ ଚୀନ, ହଂକଂ, ଦକ୍ଷିଣକୋରିଆ, ଜାପାନ, ଇଟାଲୀ, ଥାଇଲାଣ୍ଡ, ସିଙ୍ଗାପୁର, ଇରାନ, ମାଲେସିଆ, ଫ୍ରାନ୍ସ, ସ୍ପେନ୍ ଓ ଜର୍ମାନୀ ଯାତ୍ରା କରିଥିବା ସମସ୍ତ କର୍ମଚାରୀଙ୍କୁ ସେମାନଙ୍କ ଆଗମନ ଦିନ ପର ଠାରୁ ନିଜ ବିଭାଗୀୟ ମୁଖ୍ୟ କିମ୍ବା ଟାଟାଷ୍ଟିଲ ମହା ପ୍ରବନ୍ଧକ (ମେଡ଼ିକାଲ ସେବା)ଙ୍କୁ ସୂଚନା ପ୍ରଦାନ ସହିତ ୧୪ ଦିନ ପାଇଁ ନିଜ ଘରେ ଅଲଗା ରହିବା ପାଇଁ ପରାମର୍ଶ ଦିଆଯାଇଛି । ନିୟମାବଳୀ ଅନୁସାରେ ସେମାନଙ୍କୁ ଘରୁ କାର୍ଯ୍ୟକରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଘରେ ଅଲଗା ଭାବେ ରହିବା ନୀତି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶଳାୟର ନିୟମାବଳୀ ଅନୁସାରେ ପରିଚାଳିତ କରାଯାଉଛି ।
୩. କମ୍ପାନୀ ପକ୍ଷରୁ ଜନ ସମାବେଶ, କାର୍ଯ୍ୟକ୍ରମ, ବନ୍ଧୁମିଳନ, ସାମୁହିକ ବୈଠକ ଉପରେ କଟକଣା ଲଗାଯାଇଛି ।
୪. ସହଯୋଗୀ ଭେଣ୍ଡରମାନଙ୍କୁ ସାଧାରଣ ବ୍ୟବସାୟିକ କାର୍ଯ୍ୟ ବ୍ୟତୀତ ଅନ୍ୟ ସମୟରେ ଟାଟାଷ୍ଟିଲ ପରିସରକୁ ନ ଆସିବା ପାଇଁ ଅନୁରୋଧ କରାଯାଇଛି । ସମସ୍ତ ଭ୍ରମଣକାରୀ ଗେଟ୍ ପାସ୍‌, ମୁହାଁମୁହିଁ ବୈଠକ, ଅନାବଶ୍ୟକ କାରଖାନା ପରିଦର୍ଶନ, ପ୍ରୋକ୍ୱୋରମେଣ୍ଟ, ଅର୍ଥ ଓ ହିସାବ ବିଭାଗକୁ ଅନାବଶ୍ୟକ ପରିଦର୍ଶନ ଓ ଅନ୍ୟ କୌଣସ ିଏଜେନ୍ସିର ଯାତ୍ରାକୁ କମ୍ କରିବା ସହିତ ମୋବାଇଲ, ଇମେଲ୍‌, ଭିଡ଼ିଓକନ୍‌ଫରେସିଂ ଭଳି ଡ଼ିଜିଟାଲ ମାଧ୍ୟମର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି ।
୫.ଟାଟାଷ୍ଟିଲ କାର୍ଯ୍ୟାଳୟକୁ ଭ୍ରମଣକାରୀଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । କର୍ମଚାରୀଙ୍କୁ ଯଥାସମ୍ଭବ ଉପଲବ୍ଧ ଉପକରଣ ଦ୍ୱାରାଭେଣ୍ଡର, ଯୋଗାଣକାରୀ, ଉପଭୋକ୍ତା ଓ ସହଯୋଗୀଙ୍କୁ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
୬. ସମସ୍ତ ନିୟନ୍ତ୍ରଣ କକ୍ଷ, କାର୍ଯ୍ୟାଳୟ ଓ ଚଟାଣ ସଫାକରିବା ବ୍ୟତୀତ କାରଖାନା/ଅଫିସ୍ ମଧ୍ୟରେ ଥିବା ସମ୍ପୁର୍ଣ୍ଣ ଅଞ୍ଚଳ/କ୍ୟାଣ୍ଟିନ୍‌/କ୍ୟାଫେଟେରିଆକୁ ନିୟମିତ ଭାବେ କୀଟାଣୁନାଶକ ସ୍ପ୍ରେ ଦ୍ୱାରା ସଫା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଅଫିସ୍ ଓ ସମ୍ମିଳନୀ କକ୍ଷରେ ହ୍ୟାଣ୍ଡସାନିଟାଇଜର ରଖାଯାଇଛି । ଡ୍ୟୁଟିରେ ଥିବା ସମସ୍ତ ବସ୍ ଗୁଡ଼ିକୁ ଦିନକୁ ଦୁଇଥର ସଫା କରାଯାଉଛି । ସ୍ୱଚ୍ଛତା ଓ ପରିଚ୍ଛନ୍ନତା ବଜାୟରଖିବା ପାଇଁ ହାଉସ୍‌କିପିଂ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ବର୍ଜନ ଯୋଗ୍ୟମାସ୍କ ଓ ଗ୍ଲୋବସ୍ ପ୍ରଦାନ କରାଯାଇଛି ।
୭. କର୍ମଚାରୀମାନଙ୍କୁ ନିଜ ଘରୁ କାର୍ଯ୍ୟସ୍ଥଳକୁ ଆସିବା ଓ ଯିବା ପାଇଁ ଯଥାସମ୍ଭବ ସାବର୍ଜନୀନ ପରିବହନ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯିବାସହିତ ନିଜର ବ୍ୟକ୍ତିଗତ ଯାନବାହନ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯାଉଛି । ଯଦି ଏହା ସମ୍ଭବପର ନ ହୁଏ, ତେବେ କର୍ମଚାରୀଙ୍କୁ ଘରୁ କାର୍ଯ୍ୟକରିବା/ସ୍ୱତନ୍ତ୍ର ଛୁଟି ମଧ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଭେଣ୍ଡର/ଠିକା କର୍ମଚାରୀଙ୍କ ପାଇଁ ସେମାନଙ୍କ ନିଯୁକ୍ତି ଦାତାଙ୍କ ଦ୍ୱାରା ଏହି ସୁବିଧା ପ୍ରଦାନ କରାଯାଇପାରିବ ।
୮.ସବୁ ଗର୍ଭବତୀ ମହିଳାମାନଙ୍କୁ ତୁରନ୍ତ ପ୍ରଭାବରୁ ଆଗାମୀ ସୂଚନା ପର୍ଯ୍ୟନ୍ତ ଘରୁ କାର୍ଯ୍ୟକରିବା (ଡବ୍ଲ୍ୟୁଏଫ୍‌ଏଚ୍‌)/ କିମ୍ବା ସ୍ୱତନ୍ତ୍ର ଛୁଟି ପ୍ରଦାନ ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ଆମ ପଞ୍ଜୀକୃତ ଭେଣ୍ଡର ଅଧିନରେ କାର୍ଯ୍ୟକରୁଥିବା ଠିକାକର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ବ୍ୟବସ୍ଥା ଲାଗୁ କରାଯାଇଛି ।
୯ .କମ୍ପାନୀ ପକ୍ଷରୁ ବାୟୋମ୍ୟାଟ୍ରିକ୍ ପ୍ରଣାଳୀ-ଆଧାରିତ ଉପସ୍ଥିତି ରେକର୍ଡ଼ିଂ ବ୍ୟବସ୍ଥା ନିରସ୍ଥକରାଯିବା ସହିତ ଆରଏଫ୍‌ଆଇଡ଼ି ଆଧାରିତ ନିରୀକ୍ଷଣ ବ୍ୟବସ୍ଥା ବଜାୟ ରଖାଯାଇଛି । କମ୍ପାନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ଡିଜିଟାଲ ସୂଚନା କିଓସ୍କେକୁ ଅକ୍ଷମ କରାଯାଇଛି ।
୧୦. ଇଣ୍ଟ୍ରାନେଟ୍‌, ବିଲ୍‌ବୋର୍ଡ଼ସ୍‌, ପ୍ରଚାର ପତ୍ରଭଳି ଅନ୍ୟ ଆଭ୍ୟନ୍ତରୀଣ ଯୋଗାଯୋଗ ଚ୍ୟାନେଲ ଦ୍ୱାରା କରୋନାଭାଇରସ୍ (କୋଭିଡ଼-୧୯) ସମ୍ପର୍କରେ ସଚେତନତା ଅଭିଯାନ ଜାରିରହିଛି । ବସ୍‌, କ୍ୟାଣ୍ଟିନ୍ ଓ ଅନ୍ୟ ପ୍ରମୁଖ ସ୍ଥାନରେ କରୋନାଭାଇରସ୍ ସମ୍ପର୍କିତ ଉଚିତ ଓ ଅନୁଚିତ ପଦକ୍ଷେପ ଓ ହାତ ଧୋଇବା ଶୈଳୀ ଉପରେ ପ୍ରଚାର ପତ୍ର ଲଗାଯାଇଛି ।
୧୧. ବିଭିନ୍ନ ହିତାଧିକାରୀ (ସ୍ଥାନୀୟ ବାସିନ୍ଦା, ବିଦ୍ୟାଳୟ ଛାତ୍ରଛାତ୍ରୀ, କର୍ମଚାରୀ ଓ ସେମାନଙ୍କ ପରିବାର/ନିରାପତ୍ତା ଅଧିକାରୀ ଇତ୍ୟାଦି)ଙ୍କ ଏକ କ୍ଷୁଦ୍ର ଦଳକୁ ନେଇ ସଚେତନତା ଅଧିବେସନର ମଧ୍ୟ ଆୟୋଜନ କରାଯାଉଛି ।
୧୨. ବାସ୍ତବିକ ସମୟ ଆଧାରରେ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରଶ୍ନରଉତ୍ତର ଦେବା ପାଇଁ କର୍ମଚାରୀଙ୍କ ପାଇଁ ହେଲପ୍‌ଲାଇନ୍ ନମ୍ବର ଓ କ୍ୱୋରିଲିଙ୍କ୍‌ର ବ୍ୟବସ୍ଥା କରାଯାଇଛି ।
୧୩. ଟାଟାଷ୍ଟିଲ ମହା ପ୍ରବନ୍ଧକ (ମେଡ଼ିକାଲ ସେବା)ଙ୍କ ପକ୍ଷରୁ ନିୟମିତ ଭାବେ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ନିମନ୍ତେ ଚିକିତ୍ସା ସମ୍ପର୍କିତ ପରାମର୍ଶ ପ୍ରଦାନ କରାଯାଉଛି ।
୧୪. ଟାଟାଷ୍ଟିଲ ଜାମସେଦପୁର ହସ୍ପିଟାଲଏବଂଓଡ଼ିଶା ଓ ଝାଡ଼ଖଣ୍ଡର କଞ୍ଚାମାଲ କାର୍ଯ୍ୟ କ୍ଷେତ୍ରରେ ଚିକିତ୍ସା ପ୍ରସ୍ତୁତି (ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣର ଉପଲବ୍ଧତା, ସଂଗରୋଧ କେନ୍ଦ୍ର ପ୍ରତିଷ୍ଠା, ପୃଥକୀକରଣ ୱାର୍ଡ଼, ଡାକ୍ତର ମାନଙ୍କ ପ୍ରଶିକ୍ଷଣ ଓ ଅନ୍ୟ ମେଡ଼ିକାଲ ଲଜିଷ୍ଟିକ୍‌) କୁ ସମୀକ୍ଷା କରିବା ପାଇଁ କରୋନାଭାଇରସ୍ (କୋଭିଡ଼-୧୯) ମେଡ଼ିକାଲ ଟାସ୍କଫୋର୍ସ ଗଠନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking