28.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟରେ ବଢ଼ୁଛି ସଂକ୍ରମଣ, ସତର୍କ କରାଇଲା କେନ୍ଦ୍ର

ରାଜ୍ୟରେ ବଢ଼ୁଛି ସଂକ୍ରମଣ, ସତର୍କ କରାଇଲା କେନ୍ଦ୍ର

ଭୁବନେଶ୍ୱର: ଦେଶର କିଛି ପ୍ରାନ୍ତରେ ଏବେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢ଼ୁଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓଡ଼ିଶା ସମେତ ୭ଟି ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛନ୍ତି । ଏହି ସବୁ ରାଜ୍ୟଗୁଡ଼ିକୁ ଟେଷ୍ଟିଂ ବୃଦ୍ଧି କରିବା ସହ କୋଭିଡ ନିୟମର ଉଚିତ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଟିକାକରଣ ହାରକୁ ମଧ୍ୟ ବଢ଼ାଇବା ପାଇଁ କେନ୍ଦ୍ର ସରକାର କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ରାଜ କୁମାର ଶର୍ମାଙ୍କୁ ଚିଠି ଲେଖି କହିଛନ୍ତି ଯେ ଓଡ଼ିଶାରେ ଗତ ଏକ ମାସ ହେଲା ଦୈନିକ ସଂକ୍ରମଣ ହାରାହାରି ୮୪୫ ରହୁଛି । ଗତ ୫ ତାରିଖରେ ସର୍ବାଧିକ ୧,୭୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସପ୍ତାହରେ ଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଓଡ଼ିଶାରୁ ୫% ରହୁଛନ୍ତି ଏବଂ ସପ୍ତାହକୁ ସଂକ୍ରମଣ ହାର ୪.୮୫% ରହୁଛି । ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ୧୫ଟି ଜିଲ୍ଲାରେ ଜୁଲାଇ ୨୨ରୁ ୨୮ ତାରିଖ ମଧ୍ୟରେ କମ୍ ଟେଷ୍ଟିଂ ହୋଇଛି । ଏହି ସପ୍ତାହରେ ୧୦ଟି ଜିଲ୍ଲାରେ ସଂକ୍ରମଣ ମାମଲା ବୃଦ୍ଧି ପାଇଥିବା ବେଳେ ୪ଟି ଜିଲ୍ଲାରେ ସପ୍ତାହକୁ ୧୦% ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ତେଣୁ ରାଜ୍ୟ ସ୍ତରରେ ସଂକ୍ରମଣ ନ ବ୍ୟାପିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ଚିଠିରେ ଆହୁରି ମଧ୍ୟ ଦର୍ଶାଯାଇଛି, ଆଗକୁ ପାର୍ବଣ ଆସୁଥିବା ବେଳେ ବିଭିନ୍ନ ଜନଗହଳି ପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ ହେବାର ଅଛି । ଏହି ସମୟରେ କରୋନା ସହ ଅନ୍ୟ ସଂକ୍ରାମକ ରୋଗ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି । ଏହାର ମୁକାବିଲା ପାଇଁ ସବୁ ଜିଲାରେ ପର୍ଯ୍ୟ।।ପ୍ତ ସଂଖ୍ୟାରେ ଟେଷ୍ଟିଂ କରାଯାଉ । ଉଭୟ ଆରଟି ପିସିଆର ଓ ଆଣ୍ଟିଜେନ ଟେଷ୍ଟ ସଂଖ୍ୟା ବୃଦ୍ଧି କରିବାକୁ ସଚିବ ଭୂଷଣ ପରାମର୍ଶ ଦେଇଛନ୍ତି । ଏଥିସହ ରାଜ୍ୟ ସରକାରମାନେ ଯେଉଁ ସବୁ ଜିଲ୍ଲାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେ ଗୁଡ଼ିକ ଉପରେ ସ୍ୱତନ୍ତ୍ର ଭାବେ ନଜର ରଖନ୍ତୁ । ସଂକ୍ରମଣ ଯେମିତି ନ ବ୍ୟାପିବ, ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ସେ କହିଛନ୍ତି । ଚିଠିରେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ଲକ୍ଷଣରେ ଅନେକ ପରିବର୍ତ୍ତନ ଆସିଛି । ତେଣୁ ଇନଫ୍ଲୁଏଞ୍ଜା ଭଳି ରୋଗ ଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପଡ଼ିବ । ଜିଲ୍ଲାୱାରୀ ରୋଗୀଙ୍କୁ ଚିହ୍ନଟ କରି ଗାଇଡଲାଇନ ଅନୁସାରେ ସବୁ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ହେବ । ଦରକାର ପଡ଼ିଲେ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ମଧ୍ୟ ନେଇ ପାରିବେ । ମାର୍କେଟ, ଅନ୍ତଃରାଜ୍ୟ ବସଷ୍ଟାଣ୍ଡ, ସ୍କୁଲ, କଲେଜ, ରେଳ ଷ୍ଟେସନ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ କୋଭିଡ ନିୟମ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଚିଠିରେ କୁହାଯାଇଛି । ସେହିଭଳି ଯୋଗ୍ୟ ହିତାଧିକାରୀଙ୍କ ଟିକାକରଣ ହାରକୁ ବୃଦ୍ଧି କରିବାକୁ ମଧ୍ୟ ରାଜେଶ ଭୂଷଣ କହିଛନ୍ତି । ଦେଶରେ ବର୍ତ୍ତମାନ ମାଗଣାରେ ବୁଷ୍ଟର ଡୋଜ୍ ଦିଆଯାଉଛି । ଏହା ସେପ୍ଟେମ୍ବର ୩୦ ଯାଏ ଚାଲିବ ବୋଲି ସେ ଚିଠିରେ ଅବଗତ କରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking