26.1 C
Bhubaneswar
Tuesday, May 7, 2024
Homeମନୋରଞ୍ଜନଆଜି ସାରା ଦେଶର ୫ ଶହ ସିନେମା ହଲ୍‌ରେ ମୁକ୍ତିଲାଭ କରିବ ‘ଦମନ’ ଫିଲ୍ମର ହିନ୍ଦୀ...

ଆଜି ସାରା ଦେଶର ୫ ଶହ ସିନେମା ହଲ୍‌ରେ ମୁକ୍ତିଲାଭ କରିବ ‘ଦମନ’ ଫିଲ୍ମର ହିନ୍ଦୀ ରୂପାନ୍ତର

ନୂଆଦିଲ୍ଲୀ : ଅନେକ ଦିନ ପରେ କୌଣସି ଓଡ଼ିଆ ସିନେମା ପାଇଁ ଓଡ଼ିଆ ଦର୍ଶକଙ୍କ ଭିତରେ ଏମିତି କ୍ରେଜ୍‌ ଦେଖିବାକୁ ମିଳିଥିଲା । ଆଉ ସେ ଫିଲ୍ମଟି ହେଉଛି ‘ଦମନ’ । ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଲୋକ ଏମିତି ଭିଡ଼ ଜମାଇଥିଲେ ଯେ ସବୁଠି ସବୁ ବେଳେ ହାଉସ ଫୁଲ । ଦୀର୍ଘ ବ୍ୟବଧାନରେ ଏକ ଭଲ ଓଡିଆ ଚଳଚ୍ଚିତ୍ର ନିର୍ମାଣ ହୋଇଥିବାରୁ ସମସ୍ତେ ଏହାକୁ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ପୁଣି ଫିଲ୍ମଟି ବାସ୍ତବଧର୍ମୀ ହୋଇଥିବାରୁ ରାଜ୍ୟ ସରକାର ଏହାକୁ ଟ୍ୟାକ୍ସ ଫ୍ରି କରିଥିଲେ । ତେଣୁ ସିନେମା ହଲ୍‌ରେ ଦର୍ଶକଙ୍କ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଥିଲା ।

ତେବେ ରାଜ୍ୟର ୪୩ଟି ହଲରେ ଫିଲ୍ମ ରିଲିଜ୍ ହୋଇଥିଲା । ପରେ ଦେଶବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିବା ସହ ଓଡ଼ିଆ ସିନେମା ଇତିହାସରେ ନୂଆ ଫର୍ଦ୍ଦ ଯୋଡି ହୋଇଯାଇଥିଲା । ଏଥି ସହ ଦେଶର ୬ଟି ପ୍ରମୁଖ ସହରରେ ମୁକ୍ତିଲାଭ କରିଥିଲା ଫିଲ୍ମ । ଏହାର ଲୋକପ୍ରିୟତା ବୃଦ୍ଧି ଯୋଗୁ ପ୍ରଯୋଜନା ସଂସ୍ଥା ଏହାର ହିନ୍ଦି ଡବିଂ କରିଛନ୍ତି ।

ଆଜି ସାରା ଦେଶର ୫ ଶହ ସିନେମା ହଲ୍‌ରେ ମୁକ୍ତିଲାଭ କରିବ ‘ଦମନ’ ଚଳଚ୍ଚତ୍ରର ହିନ୍ଦୀ ରୂପାନ୍ତର। ସେଥିପାଇଁ ପୂରା ଟିମ୍ ମୁମ୍ବାଇ ଗସ୍ତରେ ଥିବା ବେଳେ ଆଜି ମୁମ୍ବାଇ ପିଭିଆର୍ ହଲ୍‌ରେ ଏହାର ବିଶାଳ ପ୍ରିମିୟର ସୋ’ ଅନୁଷ୍ଠିତ ହେବ। ଏଥିରେ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ବାବୁସାନ ମହାନ୍ତି, ଦୀପନ୍ୱିତ ଦାଶମହାପାତ୍ରଙ୍କ ସମେତ ପ୍ରଯୋଜକ, ନିର୍ଦ୍ଦେଶକ, ସଙ୍ଗୀତକାର ଓ ଅନ୍ୟମାନେ ଉପସ୍ଥିତ ରହି ନିଜର ଅନୁଭୂତି ବର୍ଣ୍ଣନା କରିବା ସହ ଦର୍ଶକଙ୍କ ସହ ସାମିଲ ହେବେ। ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଏହା ଯେପରି ଆଇଏମ୍‌ଡିବି ରେଟିଂରେ ୯.୭ ପାଇ ଦକ୍ଷିଣୀ ଚଳଚ୍ଚିତ୍ର ଆର୍‌ଆର୍‌ଆର୍‌, କେଜିଫ୍‌-୨କୁ ପଛରେ ପକାଇଥିଲା ଏବେ ହିନ୍ଦୀରେ ମଧ୍ୟ ସେହିଭଳି କିଛି ରେକର୍ଡ କରିବ ବୋଲି ନିର୍ମାତାମାନେ ଆଶା ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ପଏଣ୍ଟ ୮.୩ରେ ପହଞ୍ଚିଛି।

୨୦୨୨ ନଭେମ୍ବର ୪ରେ ସତ୍ୟ ଘଟଣା ଉପରେ ଆଧାରିତ ଜଣେ ଯୁବ ଡାକ୍ତରଙ୍କ କାହାଣୀକୁ ନେଇ ପରଦାକୁ ଆସିଥିଲା ‘ଦମନ’। ରାଜ୍ୟର ୪୩ଟି ହଲ୍‌ରେ ଏହା ମୁକ୍ତିଲାଭ କରିଥିଲା। ପରେ ଦେଶବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିବା ସହ ଓଡ଼ିଆ ସିନେମା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଥିଲା। ଏଥିସହ ଦେଶର ୬ଟି ପ୍ରମୁଖ ସହରରେ ମୁକ୍ତିଲାଭ କରିଥିଲା। ଏହାର ଲୋକପ୍ରିୟତା ବୃଦ୍ଧି ଯୋଗୁଁ ପ୍ରଯୋଜନା ସଂସ୍ଥା ଏହାର ହିନ୍ଦୀ ଡବିଂ ଲାଗି ଇଚ୍ଛା ପ୍ରକାଶ କରିଥିଲେ।

ଜେପି ମୋସନ୍ ପିକଚର୍ସ ବ୍ୟାନରରେ ଓ ମେଣ୍ଟିସ୍ ଫିଲ୍ମସ୍ ମିଳିତ ଭାବେ ପ୍ରସ୍ତୁତ ଏହି ସିନେମାର ମୂଳ ପ୍ରଯୋଜକ ରହିଛନ୍ତି ଦୀପେନ୍ଦ୍ର ସାମଲ। କାହାଣୀ, ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା। ଡିଓପିରେ ପ୍ରତାପ ରାଉତ, ସଙ୍ଗୀତରେ ଗୌରବ ଆନନ୍ଦ, ଗୀତ ରଚନାରେ ଦିବ୍ୟଜିତ୍ ସାହୁ ଓ ଏଡିଟିଂରେ ଦେବୀ ପ୍ରସାଦ ଲେଙ୍କା ନିଜ ଦକ୍ଷତା ଦେଖାଇଛନ୍ତି। ନିକଟରେ ଏହାର ହିନ୍ଦୀ ଡବିଂ ଟ୍ରେଲର ରିଲିଜ୍ ପରେ ବଲିଉଡ ତାରକା ଅଜୟ ଦେବଗନ, ବିଦ୍ୟୁତ ଜାମୱାଲ୍‌, ସିନେ ସମୀକ୍ଷକ ତରନ ଆଦର୍ଶଙ୍କ ସମେତ ବହୁ ତାରକା ସିନେମାର ଭୂୟସୀ ପ୍ରଶଂସା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking