33.1 C
Bhubaneswar
Saturday, April 27, 2024
Homeଅପରାଧଦାଦାବଟି ମାଗି ବନ୍ଧା ହେଲେ ବାହୁବଳୀ

ଦାଦାବଟି ମାଗି ବନ୍ଧା ହେଲେ ବାହୁବଳୀ

ଭୁବନେଶ୍ୱର: ଦାଦାବଟି ମାଗି ବନ୍ଧା ହେଲେ ବାହୁବଳୀ । ସମ୍ପୃକ୍ତ ବାହୁବଳୀଙ୍କୁ ଭରତପୁର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ନୃସିଂହରଣସିଂ ଓରଫ ପିଣ୍ଟୁ । ତାଙ୍କ ଘର ବରମୁଣ୍ଡା ଗାଁରେ ।ପିଣ୍ଟୁ ଜଣେ ଅଭ୍ୟାସଗତ ଅପରାଧୀ ଥିବା ତଦନ୍ତ ବେଳେ ଜଣାପଡିଛି । ତାଙ୍କ ନାମରେ ପୂର୍ବରୁ ଖଣ୍ଡଗିରି ଥାନାରେ ୫ଗୋଟି ଅପରାଧିକ ମାମଲା ରହିଥିବା ବେଳେ ନୟାପଲ୍ଲୀ ଥାନାରେ ଗୋଟିଏ ମାମଲା ରହିଛି । ଅଭିଯୁକ୍ତ ଜଣକ କ୍ରମାଗତ ଭାବେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବାରୁ ତାଙ୍କ ବିରୋଧରେ ସିଆର୍‌ପିସିର-୧୧୦ ଧାରା ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଅଛି ।

ସୂଚନାଯୋଗ୍ୟ, ବାଲାଜି ନାମକ ଏକ ବସ ଭୁବନେଶ୍ୱରରୁ ଫୁଲବାଣୀକୁ ଯିବାଆସିବା କରେ । ଘଟଣା ଦିନ ସମ୍ପୃକ୍ତ ବସ ବରମୁଣ୍ଡା ଓଭରବ୍ରିଜ ନିକଟରେ ପହଞ୍ଚିବା ପରେ, ପିଣ୍ଟୁ ସମ୍ପୃକ୍ତ ବସର କର୍ମଚାରୀଙ୍କ ନିକଟକୁ ଆସି ଦିନକୁ ୩୦୦ଟଙ୍କା ଲେଖାଏଁ ଦାଦାବଟି ଦେବା ନିମନ୍ତେ ଦାବୀ କରିଥିଲେ । ଉକ୍ତ ବସର କର୍ମଚାରୀ ଜଣକ ତାଙ୍କୁ ଟଙ୍କା ଦେବା ନିମନ୍ତେ ମନା କରିବାରୁ ପିଣ୍ଟୁ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ନାନାପ୍ରକାର ଧମକ ଦେଇଥିଲେ ଓ ବସକୁ ସେଠାରୁ ଯିବା ପାଇଁ ଦେଇନଥିଲେ, ବରଂ ବିକାଶ ନାମକ ଅନ୍ୟ ଏକ ବସକୁ ତାଙ୍କ ଆଗରେ ଯିବା ନିମନ୍ତେ ବାଧ୍ୟ କରିଥିଲେ । ଏହି ଘଟଣାର ଅଭିଯୋଗପରେ ଭରତପୁର ଥାନା ପୁଲିସ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking