40.1 C
Bhubaneswar
Thursday, April 25, 2024
Homeଓଡିଶାଓଡ଼ିଶାର ୭୫.୮୬% ସରକାରୀ ପ୍ରାଥମିକ ସ୍କୁଲରେ ନାହିଁ ଖେଳ ପଡିଆ

ଓଡ଼ିଶାର ୭୫.୮୬% ସରକାରୀ ପ୍ରାଥମିକ ସ୍କୁଲରେ ନାହିଁ ଖେଳ ପଡିଆ

ଭୁବନେଶ୍ୱର: ଓଡ଼ିଶାର ୭୫.୮୬% (୫୪୨୧) ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଖେଳପଡ଼ିଆ ନାହିଁ । ଏହା ବ୍ୟତୀତ ଶିକ୍ଷା ଅଧିକାର ଆଇନ ଅନୁସାରେ ୭୫.୬୮% (୫୪୦୮) ବିଦ୍ୟାଳୟରେ ମରାମତି ଆବଶ୍ୟକତା ରହିଛି ବୋଲି ଓଡ଼ିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଏବଂ ଆତ୍ମଶକ୍ତି ଟ୍ରଷ୍ଟ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଜଣା ପଡ଼ିଛି । ଏହି ଅଧ୍ୟୟନରେ ରାଜ୍ୟର ୧୭ ଗୋଟି ଜିଲ୍ଲାର ୯୮ଟି ବ୍ଳକ ଏବଂ ଭୁବନେଶ୍ୱର ମହାନଗର ନିଗମର ବସ୍ତି ଅଂଚଳକୁ ମିଶାଇ ୭୧୪୬ଟି ବିଦ୍ୟାଳୟର ଭିତିଭୂମି ସଂପର୍କରେ ସର୍ବେକ୍ଷଣ କରାଯାଇଥିଲା ।

ସର୍ବେକ୍ଷଣ କରାଯାଇଥିବା ବିଦ୍ୟାଳୟ ମଧ୍ୟରୁ ୮.୭% (୬୨୩) ବିଦ୍ୟାଳୟରେ ପାନୀୟ ଜଳର କୌଣସି ଉତ୍ସ ନ ଥିବାରୁ ଛାତ୍ରଛାତ୍ରୀମାନେ ମୌଳିକ ଆବଶ୍ୟକତାରୁ ବଞ୍ôଚତ ହେଉଛନ୍ତି । ଯଦିଓ ୬୫୨୩ ଟି ବିଦ୍ୟାଳୟରେ ପାନୀୟ ଜଳର ଭୟ ଅଛି, ତଥାପି ସେଥିମଧ୍ୟରୁ ୩.୬୬% (୨୩୯) ବିଦ୍ୟାଳୟରେ ପାନୀୟଜଳ ବ୍ୟବହାର ଉପଯୋଗୀ ନୁହେଁ । ୭୩.୮୫% (୫୨୭୭) ରେ ବିଦ୍ୟାଳୟ ଶିକ୍ଷା ଅଧିକାର ଆଇନ ମାନଦଣ୍ଡ ଦ୍ୱାରା ନିର୍ଦ୍ଧାରିତ ଆବଶ୍ୟକୀୟ ଶ୍ରେଣୀଗୃହ ନାହିଁ । ୮.୧୩%(୫୮୧) ବିଦ୍ୟାଳୟରେ ରୋଷେଇ ଘର ପାଇଁ ଜାଗା ନ ଥିବାରୁ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ବାଧା ଉପୁଜୁଛି । ଏହା ବ୍ୟତୀତ ରୋଷେଇ ଜାଗା ଥିବା ୫.୮୬% (୩୭୩) ବିଦ୍ୟାଳୟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ହୋଇଥିବାରୁ ପରିସ୍ଥିତି ଆହୁରି ଗମ୍ଭୀର ହୋଇଛି । ସର୍ବେକ୍ଷଣ କରାଯାଇଥିବା ବିଦ୍ୟାଳୟ ମାନଙ୍କ ଭିତରୁ ୧୩.୪୨% (୯୫୯) ବିଦ୍ୟାଳୟରେ ଆଦୌ ଶୌଚାଳୟ ହିଁ ନାହିଁ ।

ସେହିପରି ୧୮.୨% (୧୩୦୧) ବିଦ୍ୟାଳୟରେ ପୁଅ ଓ ଝିଅ ମାନଙ୍କ ପାଇଁ ପୃଥକ ଶୌଚାଳୟ ନାହିଁ । କେବଳ ସେତିକି ନୁହେଁ, ୩୧୯୭ଟି ବିଦ୍ୟାଳୟରେ ପାଣି ସୁବିଧା ନ ଥିବାରୁ ଉପଯୁକ୍ତ ପରିମଳ ବ୍ୟବସ୍ଥା ପ୍ରଭାବିତ ହୋଇଛି । ଏହା ବ୍ୟତୀତ ୮୬୦ଟି ଶୌଚାଳୟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ବୟବହାର ଅନୁପଯୁକ୍ତ । ସେହିପରି ୩୨.୨୬% (୨୩୦୫) ବିଦ୍ୟାଳୟରେ ବିଜୁଳି ସଂଯୋଗ ନାହିଁ । ଖାଲି ସେତିକି ନୁହେଁ, ୫୧.୨୫% (୩୬୬୨) ବିଦ୍ୟାଳୟରେ ମଧ୍ୟ କମ୍ପ୍ୟୁଟର ସୁବିଧା ନାହିଁ । ବିଦ୍ୟାଳୟ ପରିସରରେ ପାଚେରୀ ଥିଲେ ପିଲାମାନଙ୍କର ନିରାପତା ସୁନିଶ୍ଚିତ କରାଯାଇପାରେ । କିନ୍ତୁ ଚିନ୍ତାର ବିଷୟ, ରାଜ୍ୟର ୩୨.୬୬% (୨୩୩୪) ବିଦ୍ୟାଳୟରେ ପାଚେରୀ କାନ୍ଥ ନାହିଁ । ୨୯.୧୨% (୨୦୮୧) ବିଦ୍ୟାଳୟରେ ଏକ ପାଠାଗାର ନାହିଁ ଯାହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପଢ଼ିବା ଅଭ୍ୟାସ, ସ୍ୱାଧୀନ ଶିକ୍ଷା ଏବଂ ଗବେଷଣା ଦକ୍ଷତାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ । କେବଳ ବିଦ୍ୟାଳୟ ଭିତିଭୁମି ନୁହେଁ, ସର୍ବେକ୍ଷଣ କରାଯାଇଥିବା ୫୫.୮୯% (୩,୯୯୪) ବିଦ୍ୟାଳୟରେ ଆରଟିଇ ଆଇନରେ ନିର୍ଦ୍ଧାରିତ ଛାତ୍ର-ଛାତ୍ରୀ ଶିକ୍ଷକ ଅନୁପାତ ନିୟମ ଅନୁଯାୟୀ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking