28.9 C
Bhubaneswar
Sunday, May 5, 2024
Homeଓଡିଶାରାଜ୍ୟରେ ‘ଛତୁ ମିଶନ’ ଆରମ୍ଭ କରିବେ ସରକାର; ଚାଷୀଙ୍କୁ ମିଳିବ ସବସିଡି

ରାଜ୍ୟରେ ‘ଛତୁ ମିଶନ’ ଆରମ୍ଭ କରିବେ ସରକାର; ଚାଷୀଙ୍କୁ ମିଳିବ ସବସିଡି

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଉ ଏକ ବଡ ଯୋଜନା ଆଣି ଆସୁଛନ୍ତି ସରକାର । ବିଶେଷ କରି ଚାଷୀମାନଙ୍କ ପାଇଁ ବିଜେଡି ସରକାର ଏକ ବଡ ଘୋଷଣା କରିବାକୁ ଯାଉଛି । ଆଗାମୀ ଦିନରେ ଓଡିଶାରେ ଖୁବଶୀଘ୍ର ଆରମ୍ଭ ହେବ ‘ଛତୁ ମିଶନ’ । ବର୍ତ୍ତମାନ ରାଜ୍ୟରେ ବାର୍ଷିକ ପାଖାପାଖି ୩୫ ହଜାର ଟନ୍ ଛତୁ ଉତ୍ପାଦିତ ହେଉଥିବା ବେଳେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ସରକାର ।

ପାଳ ଛତୁ ଉତ୍ପାଦନରେ ରାଜ୍ୟ ଏବେ ଆତ୍ମନିର୍ଭରଶୀଳ ହୋଇଥିବା ବେଳେ ବୋତାମ ଛତୁ କ୍ଷେତ୍ରରେ ସରକାରୀ ପ୍ରୋତ୍ସାହନକୁ ଅପେକ୍ଷା କରିଛନ୍ତି ଚାଷୀ । ତେବେ ଛତୁ ଚାଷକୁ ପ୍ରୋତ୍ସାହନ ପାଇଁ କେଉଁ ପ୍ରକାର ପଦକ୍ଷେପ ନିଆଯାଇ ପାରିବ ଏ ନେଇ ସରକାର ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପଲିସୀ ପ୍ରସ୍ତୁତ ହେଉଛି । ରାଜ୍ୟରେ ଆବଶ୍ୟକ ମୁତାବକ ଶୀତଳଭଣ୍ଡାର ନଥିବାରୁ ଜନସାଧାରଣ ସତେଜ ଛତୁ ପାଇ ପାରୁନାହାନ୍ତି । ତେଣୁ ଏହି ପ୍ରସ୍ତାବ ଉପରେ କୃଷି ବିଭାଗ ପକ୍ଷରୁ ବିଚାର କରାଯାଉଛି । ଛତୁ ମିଶନ ବାବଦକୁ ପ୍ରାରମ୍ଭିକ ସ୍ତରରେ ଶହେ କୋଟି ଟଙ୍କା ଖର୍ଚ୍ଚ କରିବା ନେଇ ନିଷ୍ପତ୍ତି ହୋଇଛି ।

ବର୍ତ୍ତମାନ ଛତୁ ଉତ୍ପାଦନ କେବଳ ଚାଷୀଙ୍କ କ୍ଷେତ୍ରରେ ସୀମିତ ରହିଥିବା ବେଳେ ଆଗକୁ କିପରି ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏଥିରେ ସାମିଲ ହୋଇ ପାରିବେ ଏହା ଉପରେ ଗୁରୁତ୍ୱ ଦିଆଯିବ । ଏଥିସହିତ ଛତୁ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ସବସିଡି ବ୍ୟବସ୍ଥା ଲାଗୁ କରି ରାଜ୍ୟ ସରକାର ଏହି ଚାଷକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ରଖିଛନ୍ତି । ଆଗାମୀ ୫ ବର୍ଷ ମଧ୍ୟରେ ଏସଏଚଜି ଓ ଛତୁ ଚାଷୀଙ୍କ ସହାୟତାରେ ଛତୁ ଚାଷର ଉତ୍ପାଦନକୁ ବହୁଗୁଣିତ କରାଯିବ ବୋଲି କୃଷି ବିଭାଗ ସଚିବ କହିଛନ୍ତି । ଓଡ଼ିଶା ଛତୁ ଚାଷରେ ଜାତୀୟ ସ୍ତରରେ ଅଗ୍ରଣୀ ରହିଥିବା ବେଳେ ଛତୁ ମିଶନ କାର‌୍ୟ୍ୟକାରୀ ହେଲେ ଏହା ଚାଷୀଙ୍କୁ ଅଧିକ ଲାଭବାନ କରିବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking