29.1 C
Bhubaneswar
Sunday, May 19, 2024
Homeଅପରାଧକୋର୍ଟ ତରଫରୁ ମିଳିଲା ଗ୍ରୀନ ସିଗନାଲ; ରିମାଣ୍ଡରେ ଯିବେ ନାଗ ଦମ୍ପତ୍ତି

କୋର୍ଟ ତରଫରୁ ମିଳିଲା ଗ୍ରୀନ ସିଗନାଲ; ରିମାଣ୍ଡରେ ଯିବେ ନାଗ ଦମ୍ପତ୍ତି

ଭୁବନେଶ୍ୱର: ରିମାଣ୍ଡରେ ଯିବେ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଲେ ଜିଲ୍ଲା ଜଜ୍ କୋର୍ଟ । ଅର୍ଚ୍ଚନାଙ୍କୁ ୬ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରୁ ଗ୍ରୀନ ସିଗନାଲ ମିଳିଛି । ସେହିପରି ଜଗବନ୍ଧୁକୁ ମଧ୍ୟ ୯ ଦିନ ପାଇଁ ରିମାଣ୍ଡରେ ନେବାକୁ ଜଜ୍ ଅନୁମତି ଦେଇଛନ୍ତି । ଉଭୟଙ୍କୁ ମୁହାଁମୁହିଁ ଜେରା କରିବା ପାଇଁ ଇଡି ରିମାଣ୍ଡରେ ନେବା ପାଇଁ କୋର୍ଟକୁ ଅନୁମତି ମାଗିଥିଲା ଇଡି । ଯାହାକୁ କୋର୍ଟ ପକ୍ଷରୁ ଗ୍ରୀନ ସିଗନାଲ ମିଳିଛି ।

ସୂଚନା ଅନୁସାରେ, ରିମାଣ୍ଡ ଅବଧି ଶେଷ ପରେ ପୁଣି ରିମାଣ୍ଡ ଲାଗି ଆବେଦନ କରିଥିଲା ଇଡି । ତେବେ ଜେରା ସମୟରେ ଅର୍ଚ୍ଚନାଙ୍କ ପାଖରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ଅର୍ଚ୍ଚନାଙ୍କ ନିକଟରେ ଇଡି ଅନୁମତି ଦେଇନଥିଲେ । ଏଥିପାଇଁ କୋର୍ଟ ଇଡିକୁ ଭର୍ତ୍ସନା କରିଥିଲେ । ଆଗାମୀ ରିମାଣ୍ଡ ସମୟରେ ଅର୍ଚ୍ଚନାଙ୍କ ଓକିଲ ଅର୍ଚ୍ଚନାଙ୍କ ପାଖରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking