33.1 C
Bhubaneswar
Tuesday, April 30, 2024
Homeଓଡିଶାସରକାର ଏକତରଫା ନିଷ୍ପତ୍ତି ନେଇଛନ୍ତି : ଅରବିନ୍ଦ

ସରକାର ଏକତରଫା ନିଷ୍ପତ୍ତି ନେଇଛନ୍ତି : ଅରବିନ୍ଦ

ଭୁବନେଶ୍ୱର: ସଭ୍ୟପଦ ରଦ୍ଧକୁ ନେଇ ବିଧାୟକ ଅରବିନ୍ଦ ଢାଲି କହିଛନ୍ତି ଯେ ସଭ୍ୟପଦ ରଦ୍ଧ କରିବା ସ୍ବାଭାବିକ, ମୋ ପାଇଁ ଯାହା ଅନ୍ୟମାନଙ୍କ ପାଇଁ ବି ସମାନ । ସଭ୍ୟ ପଦ ରଦ୍ଧ ପୂର୍ବରୁ ପକ୍ଷ ରଖୁ ପାଇଁ ସୁଯୋଗ ଦେବାର ଥିଲା I ଉଦ୍ଧେଶ୍ୟମୂଳକଭାବେ ମୋ ମତାମତ ନେଲେନି । ମତାମତ ନନେଇ ସରକାର ଏକତରଫା ନିଷ୍ପତ୍ତି ନେଇଛନ୍ତି । ତେଣୁ ସରକାର ପକ୍ଷ ରଖୁବାକୁ ଆଉ ଥରେ ସୁଯୋଗ ଦିଅନ୍ତୁ ବୋଲି ଅରବିନ୍ଦ ଢାଲି କହିଛନ୍ତି । ଏଥ୍‌ସହ ସଭ୍ୟପଦ ରଦ୍ଧ ଦ୍ବାରା ନିର୍ବାଚନ ଉପରେ କୌଣସି ପ୍ରଭାବ ପଡ଼ିବନି ବୋଲି ସେ କହିଛନ୍ତି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଆବେଦନକୁ ଆଧାର କରି ବାଚସ୍ପତି ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦକୁ ରଦ୍ଦ କରିଛନ୍ତି । ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ନିର୍ଦେଶାବଳୀ ପ୍ରକାଶ ପାଇଛି। ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକ ବିଜେଡି ଟିକେଟରୁ ୨୦୧୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଗତ କିଛି ଦିନ ତଳେ ଦୁଇ ଜଣ ବିଜେଡି ଛାଡି ଅନ୍ୟଦଳରେ ଯୋଗଦେଇଥିଲେ । ନିଜ ଆଡୁ ବିଜେଡି ଛାଡିବାରୁ ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପିଟିସନ ଦାଖଲ କରିଥିଲେ । ଦୁଇ ବିଧାୟକଙ୍କ ବିରୋଧରେ ମାର୍ଚ୍ଚ ୧୮ରେ ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ପିଟିସନ ଆଧାରରେ ମାର୍ଚ୍ଚ ୧୯ରେ ଦୁଇ ବିଧାୟକଙ୍କ ନିକଟରୁ ସ୍ପଷ୍ଟୀକରଣ ମଗାଯାଇଥିଲା। କିନ୍ତୁ ପିଟିସନର ଉତ୍ତର ଦେଇନଥିଲେ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକ । ଯାହା ଫଳରେ ଦୁଇ ବିଧାୟକଙ୍କୁ ଅପ୍ରେଲ ୧୦ ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଅପ୍ରେଲ ୨ ତାରିଖରେ ବାଚସ୍ପତି ଚିଠି କରିଥିଲେ। ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ପକ୍ଷ ରଖୁନି ଦୁଇ ବିଧାୟକ । ଫଳରେ ସରକାରୀ ମୁଖ୍ୟ ସଚେତକଙ୍କ ପିଟିସନ ଆଧାରରେ ଦୁଇ ବିଧାୟକ ନିଜ ଆଡୁ ବିଜେଡି ଛାଡିଥିବା ସ୍ପଷ୍ଟ ହୋଇଛି । ଯେଉଁଥ୍ ପାଇଁ ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି। ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେବା ପରେ ଏବେ ଜୟଦେବ ଓ ତେଲକୋଇ ଆସନ ଖାଲି ପଡିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking