29.1 C
Bhubaneswar
Monday, May 6, 2024
Homeଅପରାଧଫ୍ଲାଟରେ ନିଜ ଝିଅକୁ ‘ଡିଜିଟାଲ ରେପ୍’ କରୁଥିଲା ପିତା

ଫ୍ଲାଟରେ ନିଜ ଝିଅକୁ ‘ଡିଜିଟାଲ ରେପ୍’ କରୁଥିଲା ପିତା

ନୂଆଦିଲ୍ଲୀ: ଆଜିକାଲି ସମାଜରେ ଶାରୀରିକ ସମ୍ପର୍କ ରଖିବାକୁ ଲୋକମାନେ ନିଜ ସମ୍ପର୍କ ଭୁଲିଯାଉଛନ୍ତି । ଝିଅମାନେ ବାପା ପାଖରେ ବି ସୁରକ୍ଷିତ ନାହାନ୍ତି । ପ୍ରାୟତଃ ରେପ୍ ବା ଅନ୍ୟ ଯୌନ ଶୋଷଣ ମାମଲା ପ୍ରତିଦିନ ସାମ୍ନାକୁ ଆସୁଥିବା ବେଳେ ଏବେ ଡିଜିଟାଲ ରେପର ମାମଲା ସାମ୍ନାକୁ ଆସିଛି । ଗ୍ରେଟର ନୋଏଡା ବେଷ୍ଟ ଅଞ୍ଚଳରେ ଜଣେ ନାବାଳିକାକୁ ନିଜ ପିତା ରେପ୍ କରିଥିବା ମାମଲା ସାମ୍ନାକୁ ଆସିଛି ।

ରିପୋର୍ଟ ଅନୁସାରେ, ୫ ବର୍ଷର ଝିଅ ସହ ଡିଜିଟାଲ ରେପ୍ କରିଥିଲା ପିତା । ପୀଡିତା ଝିଅର ମା’ ଏନେଇ ଅଭିଯୋଗ କରିଛନ୍ତି । ଅଭିଯୁକ୍ତର ପତ୍ନୀ ହିଁ ଏହାର ଅଭିଯୋଗ କରିଛନ୍ତି । ପତ୍ନୀଙ୍କ କହିବା ଅନୁସାରେ, ତାଙ୍କ ସ୍ୱାମୀ ଝିଅ ସହ ଡିଜିଟାଏ ରେପ୍ କରିଥିଲା । ଝିଅ ପେଟରେ ଯନ୍ତ୍ରଣା ହେବାରୁ ଘଟଣା ବିଷୟରେ ଜଣାପଡିଲା । ସେବେ ବାପାର ଘୃଣ୍ୟ କାମ ବିଷୟରେ କହିଥିଲା ଝିଅ । ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ଏହି ମାମଲାକୁ ଡିଜିଟାଲ ରେପ୍ କୁହାଯାଉଛି ।

ଯଦି କୌଣସି ଅଭିଯୁକ୍ତ ଆଙ୍ଗୁଠି, ଗୋଡ ଆଙ୍ଗୁଠିର ବ୍ୟବହାର କରି ପୀଡିତାଙ୍କୁ ପ୍ରାଇଭେଟ ପାର୍ଟକୁ ଛୁଇଁଥାଏ ଓ ଖରାପ କାମ କରିଥାଏ, ତେବେ ତାହାକୁ ଡିଜିଟାଲ ରେପ୍ କୁହାଯାଏ । ଏହାକୁ ଡିଜିଟାଲ ରେପ୍ ଏଥିପାଇଁ କୁହାଯାଏ, କାରଣ ହାତ-ଗୋଟର ଆଙ୍ଗଠିକୁ ହିନ୍ଦୀରେ ଅଙ୍କ ଓ ଇଂରାଜୀରେ ଡିଜିଟ୍ କୁହାଯାଏ । ଯେବେ କୌଣସି ବ୍ୟକ୍ତି ହାତ ବା ଗୋଡ଼ ଆଙ୍ଗୁଠିରେ ପୀଡିତାଙ୍କୁ ନିର୍ଯ୍ୟାତନା ଦିଏ, ତେବେ ଏହାକୁ ଡିଜିଟାଲ ରେପ୍ କୁହାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking