30.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଆରମ୍ଭ ହେଲା ଅମରନାଥ ଯାତ୍ରା

ଆରମ୍ଭ ହେଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ : ଆଜି ଠୁ ଆରମ୍ଭ ହେଲଶ ଅମରନାଥ ଯାତ୍ରା । କୋଭିଡ ପାଇଁ ୨ ବର୍ଷ ବନ୍ଦ ରହିଥିଲା ଏହି ଯାତ୍ରା । ୨ ବର୍ଷ ପରେ ଆରମ୍ଭ ହେଲା ଅମରନାଥ ଯାତ୍ରା । ପ୍ରଥମ ବ୍ୟାଚରେ ଗଲେ ୪ହଜାର ୮୯୦ ତୀର୍ଥଯାତ୍ରୀ । ବାର୍ଷିକ ଅମରନାଥ ଯାତ୍ରା ପାଇଁ ୩ ଲକ୍ଷରୁ ଅଧିକ ଯାତ୍ରୀ ପଞ୍ଜିକରଣ କରିଛନ୍ତି । ପ୍ରଥମ ବ୍ୟାଚ ତୀର୍ଥଯାତ୍ରୀଙ୍କୁ ଜମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଶୁଭେଚ୍ଛା ଜଣାଇଛନ୍ତି ।

‘ବମ୍‌ ବମ୍‌ ଭୋଲେ’ ଏବଂ ‘ଜୟ ବରଫାନି ବାବା କି’ ସ୍ଲୋଗାନ ଦେଇ ତୀର୍ଥଯାତ୍ରୀମାନେ କଡା ସୁରକ୍ଷା ମଧ୍ୟରେ ଜମ୍ମୁର ଭଗବତୀ ନଗର ବେସ କ୍ୟାମ୍ପରୁ ବାହାରି ପହଲଗାମ ଏବଂ ବାଲତାଲ ବେସ କ୍ୟାମ୍ପ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି । ତୀର୍ଥଯାତ୍ରୀଙ୍କ ଗତିବିଧି ତଥା କଲ୍ୟାଣ ଉପରେ ନଜର ରଖିବା ପାଇଁ ଚଳିତ ବର୍ଷ ସରକାର ଏକ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ବ୍ୟବସ୍ଥାଁ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking