37.1 C
Bhubaneswar
Sunday, May 5, 2024
Homeଓଡିଶାସୁଶିକ୍ଷଣ ଆପ ବିକଶିତ: ମୁଖମଣ୍ଡଳର ଫଟୋରୁ ଜାଣିହେବ ଶିକ୍ଷାଦାନର ମାନ

ସୁଶିକ୍ଷଣ ଆପ ବିକଶିତ: ମୁଖମଣ୍ଡଳର ଫଟୋରୁ ଜାଣିହେବ ଶିକ୍ଷାଦାନର ମାନ

ଭୁବନେଶ୍ୱର: ସରକାରଙ୍କ ପକ୍ଷରୁ ସ୍କୁଲ ସ୍ତରରେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷ କରି କରୋନା ସଂକ୍ରମଣ କାରଣରୁ ଦୀର୍ଘ ଦିନ ହେଲା ସ୍କୁଲ ବନ୍ଦ ରହିବାରୁ ଛାତ୍ରଛାତ୍ରୀମାନେ ଏବେ ଶ୍ରେଣୀ କକ୍ଷରେ ପାଠପଢ଼ା ସମୟରେ ଅମନଯୋଗୀ ରହିବାର ଯଥେଷ୍ଟ ସମ୍ଭାବନା ରହିଛି । ଏ ପରିପ୍ରେକ୍ଷୀରେ କେତେକ ନିର୍ଦ୍ଧିଷ୍ଟ ଘରୋଇ ବିଦ୍ୟାଳୟରେ କ୍ୟାମେରା ଖଞ୍ଜାଯିବା ସହ ଭିଡ଼ିଓ ରେକର୍ଡ଼ିଂ କରାଯାଇ ଛାତ୍ରଛାତ୍ରୀଙ୍କ ଗତିବିଧି ପ୍ରତି ତୀକ୍ଷଣ ଦୃଷ୍ଟି ରଖାଯାଇଛି । ତେବେ ଶିକ୍ଷକଙ୍କ ଶିକ୍ଷାଦାନ ପ୍ରଣାଳୀ ଆକର୍ଷଣୀୟ ହେଉଛି ନା ନାହିଁ , ଛାତ୍ରଛାତ୍ରୀ ମାନଯୋଗ ଦେଇ ଶିକ୍ଷକଙ୍କ କଥା ଶୁଣୁଛନ୍ତି ନା ନାହିଁ ,ତାହା ଜାଣିବା ପାଇଁ କେତେକ ଯୁବ ଗବେଷକ ମିଳିତ ଭାବେ ଏକ ଆପ ( ସୁଶିକ୍ଷଣ ଆପ ) ବିକଶିତ କରିଛନ୍ତି । ଏହି ଗବେଷକ ମାନେ ହେଲେ ଡକ୍ଟର ଅଭିଷେକ ଆଚାର୍ଯ୍ୟ , ଡକ୍ଟର ଶାନ୍ତନୁ ଷଡ଼ଙ୍ଗୀ , କୀର୍ତ୍ତି ସ୍ୱାଗତ ମହାନ୍ତି ଓ ଶ୍ରେୟସ୍ତା ସାମଲ ।  ଜର୍ମାନୀରେ ଗବେଷଣା କରିଥିବା ଡକ୍ଟର ଆଚାର୍ଯ୍ୟ ଏହି ସୁଶିକ୍ଷଣ ଆପ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଆମ୍ଭେମାନେ କେତେକ କୌଶଳ ଓ କୃତ୍ରିମ ବୁଦ୍ଧି  ଉପଯୋଗ କରି ଶ୍ରେଣୀକକ୍ଷରେ ଶିକ୍ଷାଦାନର ମାନ ନିରୀକ୍ଷଣ କରିବାର ଗାଣିତିକ ଉପାୟ ଖୋଜି ବାହାର କରିଛୁ । ଏହି କୌଶଳ ଦ୍ୱାରା ଶ୍ରେଣୀକକ୍ଷରେ ପାଠପଢ଼ା ସମୟର ଫଟୋଚିତ୍ର/ ଭିଡ଼ିଓ ନେଇ ସେଥିରୁ ବିଦ୍ୟାର୍ଥୀ ମାନଙ୍କ ମୁଖମଣ୍ଡଳ ଚିତ୍ରରୁ ସମ୍ପୃକ୍ତ ବିଷୟ ପ୍ରତି ଧ୍ୟାନ ଥିଲା କି ନାହିଁ ତାହା ଆକଳନ କରାଯାଇ ପାରିବ । ଶିକ୍ଷକ ଓ ଅଭିଭାବକ ଏହି ତଥ୍ୟ ପାଇ ସମ୍ପୃକ୍ତ ଛାତ୍ରର ଅମନଯୋଗୀତା ଦୂର କରିବାକୁ ପ୍ରୟାସ କରିବେ । ଏହି ଉପାୟକୁ ପରୀକ୍ଷା ମୂଳକ ଭାବେ ସମ୍ବଲପୁର ରେ ପ୍ରୟୋଗ କରାଯାଉଥିବା ଡକ୍ଟର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking