40.1 C
Bhubaneswar
Thursday, April 25, 2024
Homeଓଡିଶାଲଘୁଚାପରେ ପରିଣତହେଲା ଘୂର୍ଣ୍ଣିବଳୟ: ୨୧ରେ ନେଇପାରେ ବାତ୍ୟା ରୂପ

ଲଘୁଚାପରେ ପରିଣତହେଲା ଘୂର୍ଣ୍ଣିବଳୟ: ୨୧ରେ ନେଇପାରେ ବାତ୍ୟା ରୂପ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବା ବେଳେ ଆଗକୁ ଲଘୁଚାପ ସୃଷ୍ଟିହେବାକୁ ନେଇ ଲୋକଙ୍କ ମନରେ କିଛିଟା ଆଶ୍ୱସ୍ତି ଆଣିଛି । ଅନେକ ସହରରେ ପାରଦ ୪୦ ଡିଗ୍ରୀ ଛୁଇଁ ଥିବା ବେଳେ ଦୁଇଦିନ ମଧ୍ୟରେ ରାଜ୍ୟର ଅନେକ ସହର ଗରମରେ ସିଝିବାକୁ ଯାଉଛି । ଏପରିକି କିଛି ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ତେବେ ମଙ୍ଗଳବାର ସନ୍ଧ୍ୟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୧୯ ତାରିଖ ବେଳକୁ ଏହା ଏକ ୱେଲମାର୍କ ଲୋ ପ୍ରେସରରେ ପରିଣତ ହେବ । ପରେ ଦିଗ ବଦଳାଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ୍ ସାଗରରେ ପହଞ୍ଚିବ । ଆଣ୍ଡାମାନ୍ ଓ ନିକୋବର ଦୀପପୁଞ୍ଜରୁ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ୨୦ ତାରିଖ ସକାଳ ସୁଦ୍ଧା ଏହା ଡିପ୍ରେସନରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୧ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ସାଇକ୍ଳୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ପରେ ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତିକରିବ । ପରବର୍ତ୍ତୀ ସମୟରେ ପୁଣି ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତିକରିବା ସହ ୨୩ ମାର୍ଚ୍ଚ ସକାଳ ସୁଦ୍ଧା ବାଂଲାଦେଶ ନିକଟ ଏବଂ ଉତ୍ତର ମିଆଁମାରରେ ଉପକୂଳ ଛୁଇଁବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହି ସାଇକ୍ଳୋନିକ ଷ୍ଟର୍ମର ତୀବ୍ରତା ଏବଂ ବେଗ କେତେ ରହିବ ତାହା ଏବେ ବି ଅସ୍ପଷ୍ଟ ରହିଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ଯଦିଓ ଏହି ବାତ୍ୟାଟି ଉପକୂଳ ଓଡ଼ିଶା ଠାରୁ ପ୍ରାୟ ୨ଶହ କିଲୋମିଟର ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି, ତେବେ କେଉଁ ଜିଲ୍ଲାରେ ଅଧିକ ପ୍ରଭାବ ରହିବ ତାହା ୨୦ ତାରିଖ ବେଳକୁ ସ୍ପଷ୍ଟ ହେବ । କିନ୍ତୁ ଉପକୂଳ ଓଡ଼ିଶାରେ ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ହେଲେ ବି ପବନର ବେଗ ଅଧିକ ରହିବନି ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking