29.1 C
Bhubaneswar
Sunday, May 19, 2024
Homeଓଡିଶା୧୨-୧୪ଙ୍କୁ ଟିକାକରଣ: ପ୍ରଥମ ଦିବସରେ ୫୦୨୪ଜଣଙ୍କୁ ‘କୋର୍ବେଭ୍ୟାକ୍ସ’

୧୨-୧୪ଙ୍କୁ ଟିକାକରଣ: ପ୍ରଥମ ଦିବସରେ ୫୦୨୪ଜଣଙ୍କୁ ‘କୋର୍ବେଭ୍ୟାକ୍ସ’

ଭୁବନେଶ୍ୱର:  ରାଜ୍ୟବ୍ୟାପୀ ୧୨-୧୪ ବର୍ଷ ପିଲାଙ୍କ ଲାଗି  ଆଜିଠାରୁ ଆରମ୍ଭ ହୋଇଛି ଟିକାକରଣ । ପ୍ରଥମ ଦିବସରେ ମୋଟ୍ ୫୦୨୪ଜଣ କିଶୋର-କିଶୋରୀଙ୍କୁ ‘କୋର୍ବେଭ୍ୟାକ୍ସ’ ଦିଆଯାଇଛି । ରାଜ୍ୟର ୫୪ଟି କେନ୍ଦ୍ରରେ ଟିକାକରଣ କରାଯାଇଛି । ଆଗାମୀ ଦିନରେ ଟିକା କେନ୍ଦ୍ର ବୃଦ୍ଧି କରାଯିବ ବୋଲି  ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଡ.ପାଣିଗ୍ରାହୀ କହିଛନ୍ତି ଯେ ୨୦୧୦ ମାର୍ଚ୍ଚ ୧୫, ପୂର୍ବରୁ ଜନ୍ମ ହୋଇଥିବା ପିଲାମାନେ ଏହି ଟିକାକରଣରେ ସାମିଲ ହୋଇଛନ୍ତି । ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ କୁହାଯାଉଛି । ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍ ପଞ୍ଜିକରଣ ଜରିଆରେ ଟିକା ଦିଆଯାଉଛି । ପିଲାମାନଙ୍କୁ ଟିକାର ଦ୍ୱିତୀୟ ଡୋଜ୍ ୨୮ ଦିନ ବ୍ୟବଧାନରେ ଦିଆଯିବ । ଏହି ବୟସ ବର୍ଗରେ ପ୍ରାୟ ୭ କୋଟି ୧୧ ଲକ୍ଷ ପିଲା ଅଛନ୍ତି । ଏହି ଅଭିଯାନ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫ କୋଟି କୋର୍ବେଭ୍ୟାକ୍ସ ଡୋଜ ଟିକା ମହଜୁଦ ରହିଛି । ଆଜି  ଭୁବନେଶ୍ୱର ଆଇଆରସି ଭିଲେଜ ସରକାରୀ ହାଇସ୍କୁଲରୁ ଏହି କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ଭାରତୀୟ ସଂସ୍ଥା ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ ଟିକା କୋର୍ବେଭ୍ୟାକ୍ସ ଟିକା ଦିଆଯାଉଛି । ଭୁବନେଶ୍ୱରରେ ଏହି ବର୍ଗର ପ୍ରାୟ ୪୫ ହଜାର ଶିଶୁଙ୍କୁ ଚିହ୍ନଟ କରାଯାଇଛି । ଏହି ବର୍ଗର ଅଧିକାଂଶ ଶିଶୁ ବିଭିନ୍ନ ସ୍କୁଲରେ ପାଠ ପଢୁଥିବା ହେତୁ ସ୍କୁଲକୁ ଟାର୍ଗେଟ କରି ଟିକାକରଣ କରାଯିବ । ଏହି ବର୍ଗର ଶିଶୁଙ୍କୁ ସଠିକ ଭାବେ ଚିହ୍ନଟ ଲାଗି ସ୍କୁଲ କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ା ଯାଉଛି । ଏହା ବ୍ୟତୀତ ଏହି ବର୍ଗର ଟିକା କେବଳ ସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ । କୌଣସି ଘରୋଇ ହସ୍ପିଟାଲରେ ଏହା ଉପଲବ୍ଧ ହେବ ନାହିଁ । ତେବେ ଆଗକୁ ଖୁବଶୀଘ୍ର ପ୍ରକୃତ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ସହ ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେବ । ଆସନ୍ତାକାଲି ରାଜଧାନୀର ଶିଖରଚଣ୍ଡୀ ୟୁପିଏଚ୍‌ସି, ନୀଳାଦ୍ରୀବିହାର ୟୁପିଏଚ୍‌ସି, ସାମନ୍ତରାପୁର ୟୁପିଏଚ୍‌ସି, ନହରକଣ୍ଟା ୟୁପିଏଚ୍‌ସି, ସତ୍ୟନଗର ୟୁପିଏଚ୍‌ସି, ୟୁନିଟ୍‌-୩ ୟୁପିଏଚ୍‌ସି, ୟୁନିଟ୍‌-୪ ୟୁପିଏଚ୍‌ସି, ଝାରପଡ଼ା ୟୁପିଏଚ୍‌ସି, ବ୍ରହ୍ମେଶ୍ୱର ପାଟଣା ୟୁପିଏଚ୍‌ସି, ପୋଖରୀପୁଟ୍ ୟୁପିଏଚ୍‌ସି, ସେଣ୍ଟ୍ରାଲ୍ ଆୟୁର୍ବେଦିକ ଇନ୍‌ଷ୍ଟିଚ୍ୟୁଟ୍‌, କ୍ୟାପିଟାଲ୍ ହସ୍ପିଟାଲ, ଗାଡ଼କଣ ୟୁପିଏଚ୍‌ସି ଓ ଏମ୍ସରେ କୋଭିଡ୍ ଟିକା ଦିଆଯିବ ।
ସେହିଭଳି ୬୦ ବର୍ଷରୁ ଉର୍ଦ୍ଧ ସମସ୍ତ ବର୍ଗରବ୍ୟକ୍ତି ଆଜିଠାରୁ ମଧ୍ୟ ପ୍ରିକସନ ଡୋଜ ନେଇଛନ୍ତି । ଅନ୍ୟ ରେଗୁଲାର ଭାକ୍ସିନେସନ ଯଥା ୧୮ ବର୍ଷରୁ ଊର୍ଦ୍ଧ୍ୱ ଓ ୧୫ରୁ ୧୭ ବର୍ଷ ପିଲାଙ୍କର ଟିକାକରଣ ପୂର୍ବ ଭଳି ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୬ କୋଟି ୨୧ ଲକ୍ଷ ଟିକା ବର୍ତ୍ତମାନ ଦିଆଯାଇଛି । ଯେଉଁଥିରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ପ୍ରଥମ ଡୋଜ ନେଇଛନ୍ତି ୯୫.୪%, ଦ୍ୱିତୀୟ ଡୋଜ ନେଇଛନ୍ତି ୮୪% । ସେହିଭଳି ୧୫ରୁ ୧୭ ବର୍ଷ ପିଲାଙ୍କ ମଧ୍ୟରୁ ୮୨% ପ୍ରଥମ ଡୋଜ ନେଇଥିବାବେଳେ ୬୩% ଦ୍ୱିତୀୟ ଡୋଜ ନେଇସାରିଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking