42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆଜି କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ

ଆଜି କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଗିରଫଦାରୀ ଓ ରିମାଣ୍ଡ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କରିଥିବା ଆବେଦନର ଦିଲ୍ଲୀ ହାଇକୋର୍ଟ ଆଜି ଶୁଣାଣି କରିବେ । ଗିରଫ ହେବା ପରେ କେଜ୍ରିଓ୍ବାଲ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୬ ଦିନିଆ ରିମାଣ୍ଡରେ ଅଛନ୍ତି । ରାଉଜ ଆଭିନ୍ୟୁ କୋର୍ଟ ତାଙ୍କୁ ରିମାଣ୍ଡରେ ପଠାଇଥିଲେ । ଏହାକୁ ସେ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରି ତତ୍କାଳ ଶୁଣାଣି ପାଇଁ ମଧ୍ୟ ଆବେଦନ କରିଥିଲେ । ହେଲେ ସୁପ୍ରିମକୋର୍ଟ ଜରୁରୀ ଶୁଣାଣିକୁ ଗ୍ରହଣ ନକରିବା ସହ ତଳକୋର୍ଟକୁ ଯିବାକୁ ପରାମର୍ଶ ଦେଇଥିଲେ । ଆଜି  ଦିଲ୍ଲୀ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍‌ ସ୍ବର୍ଣ୍ଣକାନ୍ତଙ୍କ ଶର୍ମାଙ୍କ ଏକକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିପାରେ ।

ଯାହା ଉପରେ ସମସ୍ତଙ୍କ ନଜର ରହିଛି ।  ମାର୍ଚ୍ଚ ୨୧ ତାରିଖ ସଂଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା । ୨୨ ତାରିଖରେ ତାଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ମାମଲାର ଜଟିଳତା ଓ ଅଧିକ ତଦନ୍ତର ଆବଶ୍ୟକତା ଦର୍ଶାଇ କେନ୍ଦ୍ରୀୟ ସଂସ୍ଥା ୧୦ଦିନ ରିମାଣ୍ଡ ଆବେଦନ କରିଥିଲା । କୋର୍ଟ କେଜ୍ରିଓ୍ବାଲଙ୍କୁ ୬ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ୨୮ ତାରିଖରେ ତାଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ତାଙ୍କୁ କୋର୍ଟରେ ହାଜର କରାଯିବ । ଏହି ଗିରଫଦାରୀକୁ ବେଆଇନ ଓ ଉଦ୍ଦେଶ୍ୟମୂଳକ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କେଜ୍ରିଓ୍ବାଲ । ଯାହାର ଶୁଣାଣି ଆଜି ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking