33.1 C
Bhubaneswar
Saturday, April 27, 2024
Homeଓଡିଶାଭୁବନେଶ୍ୱରରେ ଅପରାଜିତା ବନାମ ମନ୍ମଥ ରାଉତରାୟ

ଭୁବନେଶ୍ୱରରେ ଅପରାଜିତା ବନାମ ମନ୍ମଥ ରାଉତରାୟ

ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିଜେଡି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେଡି ପକ୍ଷରୁ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଯେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ପକ୍ଷରୁ ପୂର୍ବରୁ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ବିଜେଡି ପକ୍ଷରୁ ଆଜି ବିଜେଡି ସାମିଲ ହୋଇଥିବା ମନ୍ମଥ ରାଉତରାୟଙ୍କ ନାମ ଘୋଷଣା କରାଯାଇଛି । ଭୁବନେଶ୍ୱର ପାଇଁ ଶ୍ରୀମୟୀ ମିଶ୍ର ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏପରିକି ଶ୍ରୀମୟୀ ମିଶ୍ର ନିଜର ପ୍ରଚାର ମଧ୍ୟ ଆରମ୍ଭ କରିଦେଇଥିଲେ । କିନ୍ତୁ ଶ୍ରୀମୟୀଙ୍କ ସବୁ ଆଶା ଧୂଳିସାତ ହୋଇଯାଇଛି । ତାଙ୍କ ସ୍ଥାନରେ ଦଳ ନବାଗତ ମନ୍ମଥ ରାଉତରାୟଙ୍କୁ ପ୍ରର୍ଥୀ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking