34.1 C
Bhubaneswar
Saturday, April 27, 2024
Homeରାଜନୀତିବାପାଙ୍କ ୬୦ ବର୍ଷର ଇମେଜ ଗଲା: ସିଦ୍ଧାର୍ଥ

ବାପାଙ୍କ ୬୦ ବର୍ଷର ଇମେଜ ଗଲା: ସିଦ୍ଧାର୍ଥ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାଙ୍କ ସାନପୁଅ ମନ୍ମଥ ରାଉତରାୟ ଆଜି ବିଜେଡିରେ ଯୋଗଦେବା ପରେ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ କଟୁ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଆଜି ବାପାଙ୍କ ୬୦ ବର୍ଷର ଇମେଜ ଚାଲିଗଲା । କ୍ଷମତା ଲୋଭକୁ କେହି ଅଟକାଇ ପାରିବେନି । ଆମେ ଯେତେ ବୁଝାଇଲେ କ’ଣ ହେବ, କେହି ଅଟକାଇ ପାରିବେନି ।  ବାପାଙ୍କ ୬୦ ବର୍ଷର ଇମେଜ ଆଉ ରହିଲା କି, ସବୁ ଚାଲିଗଲା । ଆମେ କଂଗ୍ରେସ ଛାଡ଼ିବାର ନାହିଁ । ଆମେ ୫-ଟିକୁ ସଲାମ କରିପାରିବୁ ନାହିଁ । ଯିଏ ଠିକରେ ନାହିଁ, ସେ ତା’ର ଅଲଗା ଲାଇନ ଧରିଲା । ମୋ ଭାଇକୁ ବିଜେଡି ମୁର୍ଗା ବନାଇପାରେ ବୋଲି ସିଦ୍ଧାର୍ଥ କହିଛନ୍ତି ।

ପ୍ରକାଶ ଯେ ଆଜି ହଜାର ହଜାର ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ମନ୍ମଥ । ବିଜେଡିରେ ଯୋଗଦେବା ପରେ ମନ୍ମଥ ରାଉତରାୟ କହିଛନ୍ତି  ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ । ଓଡ଼ିଶାର ଏକ ନମ୍ବର ଦଳ ମୋତେ ଚୟନ କରିଛି । ମୋତେ ଯାହା ବି ଦାୟିତ୍ୱ ମିଳିବ ତାହାକୁ ତୁଲାଇବି । ନିର୍ବାଚନ ଲଢିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବେ । ମୁଁ ଶୃଙ୍ଖଳିତ କର୍ମୀ ଭଳି କାମ କରିବି । ମନ୍ମଥ ଆହୁରି ମଧ୍ୟ କହିଛନ୍ତି ମୁଁ ମୋ ବାପାଙ୍କ ଆଶୀର୍ବାଦ ନେଇକି ଆସିଛି। ମୁଁ ତାଙ୍କ ଅନୁମତିରୁ ଆସିଛି। ବିଜୁ ପଟ୍ଟନାୟକ ମୋ ଆଦର୍ଶ, ସେ ମୋ ପରି ପାଇଲଟ ଥିଲେ ।

ମୁଖ୍ୟମନ୍ତ୍ରୀ ମୋ ପାଇଁ ବହୁତ ଗୁରୁତ୍ୱ ରଖନ୍ତି। ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ କାର୍ୟ୍ୟ ଶୈଳୀ ମତେ ବହୁତ ପସନ୍ଦ, ତାଙ୍କ କାମ ଗ୍ରାଉଣ୍ଡ ଲେବୁଲରୁ ହୋଇଥାଏ। ଏଥି ସହିତ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମତେ ଗାଇଡ଼ କରିଛନ୍ତି, ବାପାଙ୍କ ସମ୍ମାନ ରକ୍ଷା କରିବା କଥା ସେ ଦେଇଛନ୍ତି। ମତେ ଲାଗୁଛି ଓଡ଼ିଶାକୁ ବିକାଶର ସ୍ବପ୍ନ ଆଗେଇବାକୁ ବିଜେଡି ହିଁ ଏକମାତ୍ର ଦଳ। ସବୁ କ୍ଷେତ୍ରରେ ସୁରକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ସେ ପ୍ରକୃତରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ। ତାଙ୍କ ଦଳରେ ଯୋଗଦେବା ମୋ ପାଇଁ ଗର୍ବର ବିଷୟ ବୋଲି ମନ୍ମଥ ରାଉତରାୟ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking