26.1 C
Bhubaneswar
Friday, May 10, 2024
Homeଓଡିଶାଡିଗ୍ରୀ କଲେଜ କ୍ୟାମ୍ପସରୁ ଅଲଗା ହେବ + ଦୁଇ

ଡିଗ୍ରୀ କଲେଜ କ୍ୟାମ୍ପସରୁ ଅଲଗା ହେବ + ଦୁଇ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସରୁ +୨ ବା ଜୁନିୟର କଲେଜ ଅଲଗା ହେବ । ଏଣିକି ସ୍କୁଲ କ୍ୟାମ୍ପସରେ ଚାଲିବ ଯୁକ୍ତଦୁଇ ପାଠପଢ଼ା । ରାଜ୍ୟର ୨୦୬୫ଟି ଜୁନିୟର କଲେଜ ହାଇସ୍କୁଲରେ ପାଠପଢ଼ା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଶିକ୍ଷାଦାନ ବ୍ୟବସ୍ଥା, ପ୍ରାକ୍ଟିକାଲ, ପାଠାଗାର ସମେତ ବିଭିନ୍ନ ଅନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱ ଦିଆଯିବ । ସୂଚନା ଅନୁଯାୟୀ, ରାଜ୍ୟରେ ସମଗ୍ର ଯୋଜାନରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସାମିଲ କରାଯାଇଛି । ଫଳରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସାମିଲ କରାଯାଇଛି । ମାତ୍ର ବର୍ତ୍ତମାନ ସୁଦ୍ଧା +୨ ବା ଜୁନିୟର କଲେଜଗୁଡିକ ବିଭିନ୍ନ ଡିଗ୍ରୀକଲେଜ କ୍ୟାମ୍ପସରେ ରହିଛି । ଅନେକ କଲେଜରେ +୩ ବା ଡିଗ୍ରୀ କଲେଜର ଅଧ୍ୟାପକ, ଅଧ୍ୟାପିକାମାନେ +୨ ଛାତ୍ରଛାତ୍ରୀଙ୍କ କ୍ଲାସ ନେଉଛନ୍ତି । ଯଦିଓ କଲେଜ ଅଲଗା କରାଯାଇଛି ତଥାପି ଭିତ୍ତିଭୂମୀ ଏବଂ ଶିକ୍ଷାଦାନ ବ୍ୟବସ୍ଥାରେ ପୃଥକ କରାଯାଇ ନାହିଁ ।

ଅନେକ +୨ କଲେଜରେ ଆବଶ୍ୟକ ଅଧ୍ୟାପକ ନଥିବାରୁ ଶ୍ରେଣୀ ଶିକ୍ଷାଦାନ ଲାଗି ଡିଗ୍ରୀ କଲେଜ ଉପରେ ସମ୍ପୃକ୍ତ କଲେଜର ଅଧ୍ୟକ୍ଷ ନିର୍ଭର କରୁଛନ୍ତି । ଏପରିକି ଡିଗ୍ରୀ କଲେଜରେ ଉଭୟ +୨ ଏବଂ +୩ ପିଲାଙ୍କ ଲାଗି ଗୋଟିଏ ପ୍ରାକ୍ଟିକାଲ କକ୍ଷ ରହିଛି । ଅନେକ ସୁବିଧା ସୁଯୋଗ ଡିଗ୍ରୀ କଲେଜ କ୍ୟାମ୍ପସରେ ରହିଥିବା ବେଳେ ଯଦି କ୍ୟାମ୍ପସରୁ +୨ ଅଲଗା ହୋଇ ସ୍କୁଲ କ୍ୟାମ୍ପସକୁ ଯାଏ ତେବେ ପାଠପଢ଼ା ଲାଗି ସମସ୍ତ ବ୍ୟବସ୍ଥା ପ୍ରଥମେ ରଖିବାକୁ ପଡିବ । ସେହିପରି ହାଇସ୍କୁଲ କ୍ୟାମ୍ପସରେ ଏକାଦଶ, ଦ୍ୱାଦଶ ପାଠପଢ଼ା ଆରମ୍ଭ ହେଲେ ଉଭୟ ଟିଚିଂ ଏବଂ ନନ୍ ଟିଚିଂ କର୍ମଚାରୀଙ୍କୁ ନିଯୁକ୍ତିକୁ ଗୁରୁତ୍ୱ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏ ସମ୍ପର୍କରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାମାତ୍ରଙ୍କ ଅଧ୍ୟକ୍ଷତାରେ ଆସନ୍ତା ୫ରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଛି । ସେହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହ ଡିଗ୍ରୀ କଲେଜ କ୍ୟାମ୍ପସରୁ ସ୍କୁଲ କ୍ୟାମ୍ପସକୁ +୨ ବଦଳି ଉପରେ ଆବଶ୍ୟକ ତଥ୍ୟ ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking