35.1 C
Bhubaneswar
Saturday, May 4, 2024
Homeଓଡିଶାପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବା ନେଇ ଦୀପାବଳି ପରେ ନିଷ୍ପତ୍ତି

ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବା ନେଇ ଦୀପାବଳି ପରେ ନିଷ୍ପତ୍ତି

ଭୁବନେଶ୍ୱର : ପ୍ରାୟ ଦେଢ଼ ବର୍ଷ ପରେ ସ୍ୱାଭାବିକ ହେବାକୁ ଯାଉଛି ଶିକ୍ଷା ବ୍ୟବସ୍ଥା । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପୂର୍ବ ଭଳି ଅଫଲାଇନ୍ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଏବେ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦୀପାବଳି ପରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି । କରୋନାର ଗୋଟିଏ ପରେ ଗୋଟିଏ ଲହର ଲାଗି ପ୍ରଭାବିତ ହୋଇଥିବା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଟ୍ରାକକୁ ଆଣିବା ଲାଗି ସରକାର ଯୋଜନା କରିଛନ୍ତି । ପ୍ରାୟ ଦେଢ଼ ବର୍ଷ ଧରି ପିଲାମାନେ ଘରେ ରହିଥିବାରୁ ସେମାନଙ୍କ ମାନସିକ ଅବସ୍ଥା ପ୍ରଭାବିତ ହୋଇଛି ।

ସ୍କୁଲ ନଆସିବା ଫଳରେ ପିଲାଙ୍କ ବୈାଦ୍ଧିକ ବିକାଶ ପ୍ରଭାବିତ ହୋଇଛି । ସେହିପରି ନେଟୱାର୍କ ଓ ମୋବାଇଲ ଅଭାବରୁ ଅନେକ ଅନଲାଇନ କ୍ଳାସରୁ ବଞ୍ଚିତ ହୋଇଛନ୍ତି । ତେବେ ରାଜ୍ୟରେ କରୋନା ପ୍ରଭାବ କମ ରହୁଥିବାରୁ ଦୀପାବଳି ପରେ ସ୍କୁଲ ଖୋଲିବାକୁ ବିଚାର କରାଯାଉଛି । କିନ୍ତୁ ତୃତୀୟ ଲହର ଉପରେ ମଧ୍ୟ କଡା ନଜର ରଖାଯାଇଛି ।

ସରକାର ସବୁ ସମୟରେ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଦଶହରା ପରେ ସଂକ୍ରମଣ ସାମାନ୍ୟ ବଢୁଥିବାରୁ ସରକାର ଟେଷ୍ଟିଂ ହାର ବଢ଼ାଇଛନ୍ତି । ଦୀପାବଳି ପରେ ସ୍ଥିତିକୁ ବିଚାର କରି ଆବଶ୍ୟକ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି । ତେବେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯଦି ବି ଦୀପାବଳି ପରେ ସ୍କୁଲ ଖୋଲେ ତେବେ ଷଷ୍ଠ ଓ ସପ୍ତମ ଦୁଇଟି ଶ୍ରେଣୀ ଖୋଲିବ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କଥା ପରେ ବିଚାର କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking