28.9 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗଦେଶ ପାଳନ କରୁଛି ସାଧାରଣତନ୍ତ୍ର ଦିବସ

ଦେଶ ପାଳନ କରୁଛି ସାଧାରଣତନ୍ତ୍ର ଦିବସ

ନୁଆଦିଲ୍ଲୀ : ଆଜି ସମଗ୍ର ଦେଶ ପାଳନ କରୁଛିି ୭୨ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ରାଜଧାନୀ ଦିଲ୍ଲୀ ରାଜପଥରେ ଚାଲିଛି ଜାତୀୟ ସ୍ତରୀୟ ପରେଡ । ଏହି ଅବସରରେ ଜାତୀୟ ପତାକା ଉତ୍ତାଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାସହ ଅଭିବାଦନ ଗ୍ରହଣ କରୁଛନ୍ତି । ପରେଡରେ ସ୍ଥଳସେନା ନୌସେନା ଓ ବାୟୁ ସେନାର ସୈନ୍ୟ ମାନେ ଅଂଶ ଗ୍ରହଣ କରିଛନ୍ତି । ପ୍ରଥମ ଥର ପାଇଁ ଏହି ବର୍ଷ ବାଂଲାଦେଶ ସୈନ୍ୟ ପରେଡରେ ସାମିଲ ହୋଇଛନ୍ତି ।   ଏହି ଉତ୍ସବର ପରିଚାଳନା ଲେଫ୍ଟନାଣ୍ଟ ଜେନେରାଲ ବିଜୟ ମିଶ୍ର କରୁଛନ୍ତି । 

ଏହି ବର୍ଷ ପ୍ରଥମ ଥର ପାଇଁ ପରେଡରେ ରଫେଲ ବିମାନ , ଟି ୨୦ ଟ୍ୟାଙ୍କ,  ସମାବିଜୟ ଇଲୋକ୍‌ଟ୍ରୋନିକ ଯୁଦ୍ଧକ ପ୍ରଣାଳୀ , ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ଗୁଡିକ  ନିଜ ଶକ୍ତି ପ୍ରଦର୍ଶନ କରିବେ । 

ଏହି ଉତ୍ସବରେ ବିଦ୍ୟାଳୟରର ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଶଣ କରିବେ ଓ ଫିଟ ଇଣ୍ଡିଆ ମୁଭମେଣ୍ଟ ଓ ଆତ୍ମନିର୍ଭର ଭାରତ ଅଭିଯାନ ସମ୍ପର୍କିତ ଦୃଶ୍ୟ ମଧ୍ୟ ପ୍ରଦର୍ଶନ କରାଯିବ । ଏହି ଅବସରରେ ଓଡିଶା କଳାହାଣ୍ଡିର ମନମୋହକ ନୃତ୍ୟ ବଜାସଲ ପରିବେଶଣ କରାଯିବ । ଏନେଇ ରକ୍ଷା ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।

ପରେଡରେ ସ୍ଥଳ ସେନା ପକ୍ଷରୁ ଟ୍ୟାଙ୍କ ଟି-୨୦ ଭୀଷ୍ମ, ବ୍ରହ୍ମୋଶ ମିସାଇଲର ମବୋଇଲ ପ୍ରକ୍ଷେପଣ ପ୍ରଣାଳୀ , ରକେଟ ସିଷ୍ଟମ ପିନାକା ପ୍ରଦର୍ଶନ କରିବ , ନୌସେନା ଏହି ପରେଡରେ ନିଜର ଆଇଏନଏସ ଭିକ୍ରାନ୍ତକୁ ପ୍ରଦର୍ଶନ କରିବ । ସେହିପରି ବାୟୁସେନା ରଫେଲ ସମେତ ୩୮ ଟି ଅନ୍ୟ ବିମାନ ପ୍ରଦର୍ଶନ କରିବ ।  

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking