34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଦିଲ୍ଲୀରେ କୃଷକକଙ୍କ ଟ୍ରାକ୍ଟର ର‌୍ୟାଲି

ଦିଲ୍ଲୀରେ କୃଷକକଙ୍କ ଟ୍ରାକ୍ଟର ର‌୍ୟାଲି

ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଧ କରି ଆଜି ଗଣତନ୍ତ୍ର ଦିବସ ଅବସରରେ କୃଷକ ମାନେ ଟ୍ରାକ୍ଟର ର‌୍ୟାଲି କରିଛନ୍ତି । ଦିଲ୍ଳୀରେ ବିଭିନ୍ନ ସ୍ଥାନରେ ପୋଲିସ ଦ୍ୱାରା ଲଗାଯାଇଥିବା ବ୍ୟାରିକେଡକୁ ଟ୍ରାକ୍ଟର ଦ୍ୱାରା ଭାଙ୍ଗି ଦେଇଛନ୍ତି ପ୍ରଦର୍ଶନକାରୀ ମାନେ । ଏହା ପରେ ପୋଲିସ ଟିଅର ଗ୍ୟାସର ପ୍ରୟୋଗ କରିଛି । ଦିଲ୍ଲୀ ପୋଲିସ ସଂଜୟ ଗାନ୍ଧୀ ମାର୍ଗ ଠାରୁ ପ୍ରଦର୍ଶନକାରୀ ମାନଙ୍କ ରାସ୍ତା ରୋକିଥିଲା । ଏଥିରେ ପ୍ରଦର୍ଶନକାରୀ ମାନେ ଉତକ୍ଷିପ୍ତ ହୋଇ ଭଙ୍ଗାରୁଜା କରିଥିଲେ । ଫଳରେ ପୋଲିସ ଟିଅର ଗ୍ୟାସର ପ୍ରୟୋଗ କରିଛି । କୃଷକ ଶ୍ରମିକ ସଂଘର ମୁଖ୍ୟ ସତନାମ ସିଂ ଗଣ ମାଧ୍ୟମକୁ କହିଛିନ୍ତି ଯେ ଆମକୁ ରିଙ୍ଗ ରୋଡ ଆଡକୁ ଯିବାର ଅଛି କିନ୍ତୁ ପୋଲିସ ଆମକୁ ଯିବାକୁ ବାରଣ କରୁଛି । ଆମେ ସେମାନଙ୍କୁ ଆଲୋଚନା କରିବା ପାଇଁ ୪୫ ମିନିଟ ସମୟ ଦେଇଛୁ । ଆମେ ଏଠାରେ ଶାନ୍ତି ପୁର୍ଣ୍ଣ ଭାବରେ ପରେଡ କରୁଛୁ । ଆମର ନିବେଦନ ଯେ ପୋଲିସ ଆମକୁ ସହଯୋଗ କରୁ ।

ଅନ୍ୟପଟେ ଅକ୍ଷର ଧାମ ମନ୍ଦିର ନିକଟରେ ମଧ୍ୟ ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଟିଅର ଗ୍ୟାସ ପ୍ରୟୋଗ କରିଛି । ସୂଚନାରୁ ପ୍ରକାଶଯେ ପୋଲିସ କୃଷକ ମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ଆନନ୍ଦ ବିହାର ଆଡକୁ ସେମାନଙ୍କ ରାସ୍ତା ବଦଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking