31.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶବୋରୱେଲରେ ଖସିପଡିଲା ଶିଶୁ

ବୋରୱେଲରେ ଖସିପଡିଲା ଶିଶୁ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ରେଓ୍ବା ଜିଲ୍ଲାରେ ଅଘଟଣ । ଖେଳୁ ଖେଳୁ ଏକ ଶିଶୁ ୪୦ ଫୁଟ୍ ଗଭୀର ବୋରୱେଲରେ ଖସିପଡିଛି। ଶିଶୁଟିର ବୟସ ପାଖାପାଖ୍ ୬ ବର୍ଷ ହେବ । ବୋରୱେଲରୁ ଶିଶୁକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ସୂଚନା ମୁତାବକ ଶୁକ୍ରବାର ଗହମ ଅମଳ ପରେ ଏକ ଶିଶୁ ସାଙ୍ଗ ମାନଙ୍କ ସହ ବିଲରେ ଖେଳୁଥିଲା। କିନ୍ତୁ ଅସାବଧାନତା କାରଣରୁ ଶିଶୁଟି ବୋରୱେଲ ମଧ୍ୟକୁ ଖସିପଡିଥିଲା। ଏହାଦେଖ୍ ସ୍ଥାନୀୟ ଲୋକ ଶିଶୁଟିକୁ ଉଦ୍ଧାର କରିବାକୁ ବହୁ ଚେଷ୍ଠା କରିଥିଲେ । ହେଲେ ବିଫଳ ହେବା ପରେ ପୁଲିସ ଓ ପ୍ରଶାସନକୁ ଖବର ଦେଇଥିଲେ । ପରେ ୨ଟି ଜେସିବି, ଏସଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking