31.1 C
Bhubaneswar
Tuesday, April 30, 2024
Homeଓଡିଶାଆଇନ ଆଶ୍ରୟ ନେବି : ଅରବିନ୍ଦ ଢ଼ାଲି

ଆଇନ ଆଶ୍ରୟ ନେବି : ଅରବିନ୍ଦ ଢ଼ାଲି

ଭୁବନେଶ୍ବର : ବିଧାୟକ ପଦ ରଦ୍ଦ ଘଟଣାରେ ଆଇନ ଆଶ୍ରୟ ନେବେ ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନର ଜୟଦେବ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଅରବିନ୍ଦ ଢ଼ାଲି । ଭୁବନେଶ୍ୱରରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଏଭଳି କହିଛନ୍ତି ଅରବିନ୍ଦ। ସେ କହିଛନ୍ତି, ମୋ ବିରୋଧରେ ଏହା ଏକ ଏକପାଖୁ ନିଷ୍ପତ୍ତି। ଜାଣିଶୁଣି ମୋ ବିଧାନସଭା ପଦକୁ ରଦ୍ଦ କରାଯାଇଛି । ଯେଉଁମାନେ ବିଜେଡିରୁ ବିଜେପିକୁ ଆସିଛନ୍ତି, ସେମାନଙ୍କର ହିଁ ବିଧାୟକ ପଦ ରଦ୍ଦ କରାଯାଇଛି। ଅନ୍ୟମାନଙ୍କର କାହିଁକି ନୁହଁ ବୋଲି ପ୍ରଶ୍ନ କରିଛନ୍ତି ଅରବିନ୍ଦ?
ଅରବିନ୍ଦ କହିଛନ୍ତି, ୫ବର୍ଷ ହେଲା ମୋତେ ଉଦ୍ଦେଶ୍ୟ ମୂଳକ ଭାବେ ମାନସିକ ଯନ୍ତ୍ରଣା ଦିଆଯାଉଥିଲା । ଏବେ ପ୍ରତିଶୋଧ ପରାୟଣ ହୋଇ ମୋ ବିଧାୟକ ପଦ ରଦ୍ଦ କରିଛନ୍ତି । ମୁଁ ଆଇନର ଆଶ୍ରୟ ନେବି। କିଛି ଦିନ ପୂର୍ବରୁ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦକୁ ରଦ୍ଦ କରାଯାଇଥିଲା । ଦଳ ବଦଳ ନିୟମ ଅନୁସାରେ ଉଭୟଙ୍କ ବିଧାୟକ ପଦ ରଦ୍ଦ ପାଇଁ ବିଜେଡିର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ। ଏହି ପିଟିସନ ଗ୍ରହଣ କରି ବାଚସ୍ପତି ପ୍ରମିଳା ମଲ୍ଲିକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking