34.1 C
Bhubaneswar
Wednesday, May 1, 2024
Homeଓଡିଶାପୁଣି ଖରା ସାଙ୍ଗକୁ ବହିବ ଝାଞ୍ଜି ପବନ

ପୁଣି ଖରା ସାଙ୍ଗକୁ ବହିବ ଝାଞ୍ଜି ପବନ

ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ତାପମାତ୍ରା। ପୁଣି ଥରେ ମୁଣ୍ଡ ଫଟା ଖରା ସାଙ୍ଗକୁ ବହିବ ଝାଞ୍ଜି ପବନ। ଫଳରେ ପୁଣି ଥରେ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି I କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ୮ ଡିଗ୍ରୀ ପର୍ୟ୍ୟନ୍ତ ତାପାତ୍ରା ବୃଦ୍ଧି ପାଇବ । ଏହାଦ୍ୱାରା ରାଜ୍ୟରେ ପୁଣି ଗୋଟିଏ ପର୍ଯ୍ୟାୟ ଗ୍ରୀଷ୍ମ ଲହରୀ ଆରମ୍ଭ ହେବ । ଏଥିପାଇଁ ପ୍ରଥମେ ୧୪ ତାରିଖ ରାତିରେ ଉଷ୍ମ ରାତି ଅନୁଭୂତ ହେବାକୁ ଥିବା ବେଳେ ୧୫ ତାରିଖରୁ ଗ୍ରୀଷ୍ମ ଲହରୀ ଆରମ୍ଭ ହେବ । ୧୪ ରାତିରେ କଟକ ନୟାଗଡ଼, ବୌଦ୍ଧ, ଅନୁଗୁଳ ଓ ଖୋର୍ଦ୍ଧା ପ୍ରମୁଖ ଜିଲ୍ଲାରେ ଉଷ୍ମ ରାତି ଅନୁଭୂତ ହେବାକୁ ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି । ସେହିପରି ୧୫ ତାରିଖରୁ ବିଭିନ୍ନ ଜିଲ୍ଲାରେ ହିଟ୍ ୱେଭ୍ ସ୍ଥିତି ଆଶଙ୍କା କରି ପାଣିପାଗ କେନ୍ଦ୍ର ଆଲର୍ଟ ଜାରି କରିଛି । ଆସନ୍ତା ୧୫ ତାରିଖଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ର ବଢ଼ିବ ଓ ୧୬ ପରେ କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ। ଶୁକ୍ରବାର ରାଜ୍ୟରୁ ସଂଲଗ୍ନ ବଙ୍ଗୋପସାଗରରୁ ଆର୍ଦ୍ର ଦକ୍ଷିଣା ପବନ ବହୁଥିଲା। ସୃଷ୍ଟ ଗୁରୁଚାପ ପଶ୍ଚିମା ପବନ ଆସିବାକୁ ଦେଉ ନଥିଲା। ୧୫ରୁ ଏହା କ୍ରମଶଃ ଦକ୍ଷିଣ ବଙ୍ଗୋପସାଗର ମୁହାଁ ହେବ । ରାଜ୍ୟକୁ ଉତ୍ତର- ପଶ୍ଚିମା ଶୁଷ୍କ ବାୟୁ ବହିବ ଓ ତାପମାତ୍ରା ବୃଦ୍ଧି ପାଇବ । ଭୁବନେଶ୍ବର ସମେତ ଉପକୂଳରେ କେତେକ ଅଞ୍ଚଳରେ ତାପାତ୍ରା ୧୫ ସୁଦ୍ଧା ୪୦ ନିକଟତର ଓ ୧୬ରେ ୪୦ ଡିଗ୍ରୀ ପାର୍ କରିପାରେ। ୧୮-୧୯ରେ ତାପମାତ୍ରା ଅହେତୁକ ଭାବେ ବଢ଼ି ୪୩ ଡିଗ୍ରୀ ପର୍ୟ୍ୟନ୍ତ ଅତିକ୍ରମ କରିପାରେ। ଏହାଯଗୁଁ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଗୁଳୁଗୁଳି ହେବ । ୨୦ରୁ ତାପମାତ୍ରା ପୁଣି କମିବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking