33.1 C
Bhubaneswar
Saturday, April 27, 2024
Homeଓଡିଶାଆଜିଠୁ ଏସ୍‌ସିବିରେ ଆରମ୍ଭ ହେବ ଇକ୍‌ମୋ ଚିକିତ୍ସା, ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ଏସ୍‌ସିବିରେ ଆରମ୍ଭ ହେବ ଇକ୍‌ମୋ ଚିକିତ୍ସା, ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ: ଆଜି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡକାଲ୍ କଲେଜ ଓ ହସ୍ପଟାଲ୍‌କୁ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସ୍‌ସିବି ମେଡିକାଲର କାର୍ଡିଓ ଥୋରାସିସ୍ ଆଣ୍ଡ୍ ଭସ୍କୁଲାର୍ ସର୍ଜରୀ(ସିଟିଭିଏସ୍‌) ବିଭାଗରେ ମୁଖ୍ୟମନ୍ତ୍ରୀ ବହୁ ପ୍ରତୀକ୍ଷିତ ଏହି ଏକ୍‌ମୋ ୟୁନିଟ୍‌କୁ ଉଦ୍‌ଘାଟନ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ମର୍ମରେ ସ୍ୱତନ୍ତ୍ର ଭାବେ ଗଠନ ହୋଇଥିବା ଏକ ଡାକ୍ତରୀ ଦଳର ପରାମର୍ଶକ୍ରମେ ୫ ରୋଗୀଙ୍କ ନାମ ଚୂଡ଼ାନ୍ତ ହୋଇଛି । ଏହି ୫ ରୋଗୀ ଏସ୍‌ସିବିରେ ପ୍ରଥମେ ଏକ୍‌ମୋ ଚିକିତ୍ସା ସୁବିଧା ହାସଲ କରିବେ ।

ଗତ ଅଗଷ୍ଟ ୧୫ତାରିଖରେ ଏହି ୟୁନିଟ୍ ଉଦ୍‌ଘାଟିତ ହେବାର କାର୍ଯ୍ୟକ୍ରମ ଥିବାବେଳେ କୌଣସି କାରଣରୁ ଏହା ହୋଇପାରିନଥିଲା । ଏହି ୟୁନିଟ୍ ପରିଚାଳନା କରିବା ନିମନ୍ତେ ଦୁଇଟି ଟିମ୍ ପ୍ରଶିକ୍ଷଣ ପାଇଁ ପର୍ଯ୍ୟାୟକ୍ରମେ କୋଲକାତା ଯାତ୍ରା କରିଥିଲେ । ଏହି ଦଳରେ ରକ୍ତ ସଞ୍ଚାଳକ ଭାବେ ରଞ୍ଜିତ କୁମାର ସାହୁ, ଏନ୍ ନାଗେଶ୍ୱର ରାଓ, ସିଦ୍ଧାର୍ଥ ଶତପଥୀ, ସନାତନ ଚାନ୍ଦ, ସ୍ମୃତିସ୍ନିଗ୍ଧା ପଣ୍ଡା, ଦେବଦତ୍ତ ମହାନ୍ତି, ନର୍ସିଂ ଅଫିସର୍ ଭାବେ ଇତିଶ୍ରୀ କାଲୋ, ପ୍ରେମଲତା କୁଅଁର, ସନ୍ତୋସିନୀ ସେଠ, ବିନୟ ସବର, ପ୍ରିୟଙ୍କା ବେହେରା, ଭାରତୀ ବୁଡ଼ା, ବିନ୍ଦୁ ମହାନ୍ତି, ତପସ୍ୱିନୀ ସେଠୀ ସାମିଲ୍ ହୋଇଥିଲେ ।

ଏହାଛଡା ୫ଜଣ ଡାକ୍ତର ଏହି ଟିମ୍‌ରେ ସାମିଲ୍ ହୋଇଥିଲାବେଳେ ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ମେଡିକାଲ କର୍ତ୍ତୃପକ୍ଷ ପ୍ରଦାନ କରିନାହାନ୍ତି । ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁଁ ଅଧିକ ମାତ୍ରାରେ ଫୁସ୍‌ଫୁସ୍ ପ୍ରଭାବିତ ହୋଇ ରୋଗୀ ମୃତ୍ୟୁମୁଖରେ ପଡ଼ିଥାନ୍ତି। ଏପରି ସ୍ଥିତିରେ ରୋଗୀକୁ ଏକ୍‌ମୋ ଚିକିତ୍ସା ଜରୁରୀ ଆବଶ୍ୟକ ହୋଇଥାଏ । ରାଜ୍ୟ ସରକାରୀ ମେଡ଼ିକାଲରେ ଏହି ଚିକିତ୍ସା ସୁବିଧା ଉପଲବ୍ଧ ନଥିବାରୁ ସାଧାରଣରେ ଏନେଇ ପ୍ରବଳ ଦାବି ହେଉଥିଲା । ତେବେ ଏସ୍‌ସିବିକୁ ୯ଟି ଏକ୍‌ମୋ ମେସିନ୍ ପର୍ଯ୍ୟାୟକ୍ରମେ ଅଣାଯାଇଥିଲାବେଳେ ୬ଟି ମେସିନ୍ ଏକ୍‌ମୋ ୱାର୍ଡରେ ଇନ୍‌ଷ୍ଟଲ୍ ହୋଇଛି ଏବଂ ୩ଟି ମେସିନ୍‌କୁ ଆଇସୋଲେସନ୍ ସେଣ୍ଟରରେ ରଖାଯାଇଛି । ରାଜ୍ୟର ସରକାରୀ ମେଡିକାଲ ଭାବେ ଏସ୍‌ସିବିରେ ପ୍ରଥମଥର ଏହି ୟୁନିଟ୍ କାର୍ଯ୍ୟକ୍ଷମ ହେବ, ଯେଉଁଠି ରୋଗୀମାନେ ନିଃଶୁଳ୍ପ ଚିକିତ୍ସା ସୁବିଧା ପାଇପାରିବେ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking