34.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶକାବୁଲ ବିସ୍ଫୋରଣକାରୀଙ୍କୁ ବାଇଡେନଙ୍କ ଚେତାବନୀ : ଖୋଜି ଖୋଜି ମାରିବୁ

କାବୁଲ ବିସ୍ଫୋରଣକାରୀଙ୍କୁ ବାଇଡେନଙ୍କ ଚେତାବନୀ : ଖୋଜି ଖୋଜି ମାରିବୁ

କାବୁଲ: ଗୁରୁବାର କାବୁଲ ବିମାନ ବନ୍ଦର ବାହାରେ ଘଟିଥିବା ଭୟାନକ ବିସ୍ଫୋରଣରେ ପ୍ରାୟ ୯୦ରୁ ଅଧିକ ଆଫଗାନିସ୍ତାନ ସାଧାରଣ ନାଗରିକ ଏବଂ ୧୩ ଆମେରିକୀୟ ସୈନ୍ୟ ପ୍ରାଣ ହରାଇଛନ୍ତି। ଏଥିସହିତ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଏହି ବିସ୍ଫୋରଣ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଏଭଳି ଆକ୍ରମଣର କଡା ନିନ୍ଦା କରାଯାଇଛି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସଂପ୍ରତି ଦେଶ, ବିଦେଶରେ ବ୍ୟାପକ ସମାଲୋଚନାର ଶିକାର ହେବାରେ ଲାଗିଛନ୍ତି। ଆଫଗାନ ପ୍ରସଙ୍ଗକୁ ଆମେରିକା ଯେଉଁଭଳି ପରିଚାଳନା କରୁଛି ତାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଅନେକ ରାଷ୍ଟ୍ରର ନେତୃବୃନ୍ଦ ଏବଂ ସାଧାରଣ ଜନତା।

ତେବେ କାବୁଲ ବିସ୍ଫୋରଣ ପରେ ମୁହଁ ଖୋଲିଛନ୍ତି ବାଇଡେନ। ରାଷ୍ଟ୍ରପତି କହିଛନ୍ତି, ଯେଉଁମାନେ ଏଭଳି ଭୟାନକ ବିସ୍ପୋରଣ ଘଟାଇଛନ୍ତି ଏବଂ ଯେଉଁମାନେ ଆମେରିକାକୁ କ୍ଷତି ପହଞ୍ଚାଇବାକୁ ଚାହୁଁଛନ୍ତି, ସେମାନେ ଏକଥା ମନେରଖିବାକୁ ହେବ ଯେ ଆମେରିକା ତାହା ଭୁଲିଯିବ ନାହିଁ। ସେମାନଙ୍କୁ ଖୋଜି ଖୋଜି ନିପାତ କରିବ ଏବଂ ସେମାନଙ୍କୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ହେବ। ଅନ୍ୟପକ୍ଷରେ କାବୁଲରୁ ଆମେରିକୀୟ ସୈନ୍ୟ ଅଗଷ୍ଟ ୩୧ ସୁଦ୍ଧା ପ୍ରତ୍ୟାହାର କରାଯିବା ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ହ୍ୱାଇଟ ହାଉସରୁ ଶୋକବାର୍ତ୍ତା ଦେଇ ବାଇଡେନ କହିଛନ୍ତି, ନିହତ ଆମେରିକୀୟ ସୈନ୍ୟ ଯୁଦ୍ଧ ବିଧ୍ୱସ୍ତ ଆଫଗାନିସ୍ତାନରୁ ଜନସାଧାରଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପ୍ରଚେଷ୍ଟାରେ ସହିଦ ହୋଇଛନ୍ତି। ସେମାନଙ୍କର ବୀରତ୍ୱ ପାଇଁ ସେମାନେ ଚିରସ୍ମରଣୀୟ ହୋଇ ରହିବେ। ବିସ୍ଫୋରଣ ସତ୍ତେ୍ୱ ଆମେରିକା ଆତଙ୍କ ନିକଟରେ ହାର ମାନିବ ନାହିଁ। ସେଠାରୁ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିବ ଏବଂ ଆମେରିକୀୟ ସୈନ୍ୟ ସେଠାରୁ ଅଗଷ୍ଟ ୩୧ ସୁଦ୍ଧା ସ୍ୱଦେଶ ଫେରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking