30.1 C
Bhubaneswar
Sunday, July 3, 2022
Homeଓଡିଶାସଂଜୟ ଦାସ ବର୍ମା ଓ ପ୍ରଣବ ପ୍ରକାଶ ଦାସ ଙ୍କ ନାଁରେ ମାମଲା

ସଂଜୟ ଦାସ ବର୍ମା ଓ ପ୍ରଣବ ପ୍ରକାଶ ଦାସ ଙ୍କ ନାଁରେ ମାମଲା

ନବରଙ୍ଗପୁର : ନବରଙ୍ଗପୁର ଥାନାରେ ବିଜେଡି ନେତା ସଂଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ୬ଟି ଦଫାରେ ମାମଲା ରୁଜୁ ହୋଇଛି। ୧୪୩, ୩୨୩, ୩୫୪, ୧୪୯, ୩(୧) ଓ (R), SC/ST ଆକ୍ଚରେ ମାମଲା ହୋଇଛି। ତେବେ ନବରଙ୍ଗପୁର ସେସନ୍ସ ଜଜ୍ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ମାମଲା ରୁଜୁ କରିଛି ୨୦୨୧ରେ ଉଭୟଙ୍କ ନବରଙ୍ଗପୁର ଗସ୍ତ ବେଳର ଆଚରଣକୁ ନେଇ ମାମଲା ହୋଇଥିଲା। ୨୦୨୧ ଫେବୃୟାରୀ ୨ରେ କୃଷକ ସୂଚନା କେନ୍ଦ୍ର ଉଦଘାଟନ ପାଇଁ ଉଭୟେ ଯାଇଥିଲେ। ସେହି ସମୟରେ ସଂଜୟ ଓ ପ୍ରଣବ ଚାଷୀଙ୍କୁ ଠେଲିପେଲି ଉଦଘାଟନ ସ୍ଥଳକୁ ଯାଇଥିବା ଅଭିଯୋଗ ହୋଇଥିଲା। ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ନେଇ ବିଜେପି ନେତା ଗୌରୀଶଙ୍କର ମାଝୀ ଅଭିଯୋଗ କରିଥିଲେ। ଘଟଣା ସମୟରେ ମଣ୍ଡିରୁ ଧାନ ଉଠୁନଥିବା ପ୍ରତିବାଦ କରି ଆନ୍ଦୋଳନ ଚାଲିଥିଲା। ଚାଷୀଙ୍କ ସହ ବିଜେପି ଓ କଂଗ୍ରେସ ନେତା ଧାରଣାରେ ବସିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking