34.1 C
Bhubaneswar
Friday, March 29, 2024
Homeଓଡିଶାବର୍ଷା-ଅନୁଭବ ବିବାଦ : ଅନୁଭବଙ୍କ ନାଁରେ ଏତଲା

ବର୍ଷା-ଅନୁଭବ ବିବାଦ : ଅନୁଭବଙ୍କ ନାଁରେ ଏତଲା

କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଅନୁଭବଙ୍କ ନାଁ ରେ ଦେଲେ ଏତଲା । ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ଙ୍କ ମଧ୍ୟରେ ବିବାଦ କମିବା ବଦଳରେ ବଢିବାରେ ଲାଗିଛି । ସୋସିଆଲ ମିଡିଆରେ ଅନୁଭବ ଙ୍କ ଭିଡିଓ ଭାଇରାଲ ହେବା ପରେ କଟକ ପୁରୀଘାଟ ଥାନାରେ ଅନୁଭବ ଙ୍କ ବିରୋଧରେ ଏତଲା ଦେଇଛନ୍ତି ବର୍ଷା ।କୋର୍ଟରେ ମାମଲା ବିଚାରାଧିନ ଥିବା ବେଳେ ଅନୁଭବ ଏଭଳି ଭିଡିଓ କରି ତାଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଉଥିବା ଏତଲା ରେ ଦର୍ଶାଇଛନ୍ତି ବର୍ଷା । ସେ ଆହୁରି ଲେଖିଛନ୍ତି ଯେ, ତାଙ୍କ ନାରୀତ୍ୱ କୁ ଅପମାନିତ କରି ପ୍ରଶ୍ନବାଚୀ ସୃଷ୍ଟ ିକରିଛନ୍ତି । ଚରିତ୍ର ସଂହାର କରିବା ସହ ମାନସିକ ଭାବେ ନିର୍ଯ୍ୟାତନା ଦିଆଯାଉଛି ବୋଲି ଆରୋପ ଲଗାଇଛନ୍ତି ବର୍ଷା । ଖାଲି ସେତିକି ନୁହେଁ , ଦୁହିଁ ଙ୍କ ଶାରୀରିକ ସମ୍ପର୍କକୁ ନେଇ ଅନୁଭବ ମିଥ୍ୟା ଅଭିଯୋଗ ଆଣିଛନ୍ତି । ସୋସିଆଲ ମିଡିଆରେ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ବିରୁଦ୍ଧରେ ସାଂସଦ ଅନୁଭବଙ୍କ ଲଗାତାର ଭିଡିଓ ଜାରି କରିଥିଲେ । କେତେବେଳେ ନାଁ ନେଇ ତ କେତେବେଳେ ନାଁ ନ ନେଇ ।ଜୀବନସାଥୀ ବାଛିବାର ଭୁଲ୍ ମନ୍ତବ୍ୟର ଭିଡିଓ ପରେ ନିଜ ବୈବାହିକ ଜୀବନର ଝଡ ସମ୍ପର୍କରେ ମୁହଁ ଖୋଲିବା ସହ ଡିଭୋର୍ସ ଦେବାକୁ ଅପିଲ କରିଥିଲେ । ଏତଲାରେ ବର୍ଷା ଅଭିଯୋଗ କରି ଲେଖିଥିଲେ , ଅନୁଭବ ମନଗଢା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ।ଭିତ୍ତିହୀନ କାହାଣୀ ସଜେଇ ସମାଜରେ ମର୍ଯ୍ୟାଦାର ସହିତ ବଞ୍ଚିବାର ଅଧିକାରୀ ଛଡାଇ ନେଉଛନ୍ତି । ଷ୍ଟାର ଦମ୍ପତ୍ତି ଅନୁଭବ- ବର୍ଷା ବିବାଦ ମାମଲା ଏବେ ଦିନ କୁ ଦିନ ତୀବ୍ର ହେବାରେ ଲାଗିଛି ।

ଅନୁଭବଙ୍କ ବିରୋଧରେ ବର୍ଷାଙ୍କ ଏତଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking