29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶକାର୍‌-ଟ୍ରକ୍ ଧକ୍କା, ୪ ମୃତ

କାର୍‌-ଟ୍ରକ୍ ଧକ୍କା, ୪ ମୃତ

ହାପୁର: ଉତ୍ତରପ୍ରଦେଶର ହାପୁର ସହର ନିକଟରେ ବୁଧବାର ଗୋଟିଏ କାର୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାଫଳରେ କାର୍‌ରେ ଯାତ୍ରା କରୁଥିବା ଗୋଟିଏ ପରିବାରର ୪ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି । ଗୁରୁତର ଆହତ ଜଣେ ନାବାଳିକାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତାହତମାନେ ବିବାହ ଉତ୍ସବରେ ଯୋଗଦେଇ ଦିଲ୍ଲୀ ଫେରୁଥିବାବେଳେ ରାସ୍ତାରେ ଛିଡା ହୋଇଥିବା ଟ୍ରକ୍‌କୁ କାର୍‌ଟି ପଛରୁ ପିଟିଥିଲା ।

୨୫ କୋଟିର କୋକେନ୍ ଜବତ, ୨ ଗିରଫ
ମୁମ୍ବାଇ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଅଧିକାରୀମାନେ ମଙ୍ଗଳବାର ମୁମ୍ବାଇ ଏୟାରପୋର୍ଟରୁ ୨ ଜଣ ବିଦେଶୀ ଯାତ୍ରୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨୫ କୋଟି ଟଙ୍କାର କୋକେନ୍ ଜବତ କରିଥିବା ଜଣାପଡିଛି । ଇଥିଓପିଆରୁ ଆସିଥିବା ଏହି ଯାତ୍ରୀଦ୍ୱୟ ୨.୫୮ କିଲୋ ଓଜନର କୋକେନ୍‌କୁ ୧୨ଟି ସାବୁନ ଖୋଳରେ ଭର୍ତ୍ତି କରି ଆଣିଥିଲେ । ଏନ୍‌ଡିପିଏସ୍ ଆଇନର ବିଭିନ୍ନ ଧାରା ଅନୁଯାୟୀ ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

୧ କୋଟି ସୁପାରି ଦେଇ ବାପାକୁ ହତ୍ୟା, ପୁଅ ଗିରଫ
ବେଙ୍ଗାଲୁରୁ: ସମ୍ପତ୍ତି ହାତେଇବା ଲୋଭରେ ଜଣେ ପୁଅ ନିଜର ବାପାଙ୍କୁ ହତ୍ୟା କରିବା ପାଇଁ ୧ କୋଟି ଟଙ୍କାର ସୁପାରି ଦେଇଥିବାବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ବେଙ୍ଗାଲୁରୁ ନିବାସୀ ୩୨ ବର୍ଷୀୟ ମଣିକାନ୍ତ ନାମକ ଏହିି ବ୍ୟକ୍ତି ନିଜର ପ୍ରଥମ ପତ୍ନୀକୁ ହତ୍ୟା କରିଥିବା ଅଭିଯୋଗରେ ୨୦୧୩ରେ ଜେଲ ଯାଇଥିଲା । ଫଳରେ ମଣିକାନ୍ତଠାରୁ ଦୂରେଇ ଯାଇଥିଲେ ୭୦ ବର୍ଷୀୟ ପିତା ନାରାୟଣ ସ୍ୱାମୀ । ତେବେ ସମ୍ପତ୍ତି ଲୋଭରେ ପିତାଙ୍କୁ ହତ୍ୟା କରିବାକୁ ମଣିକାନ୍ତ ଦୁଇ ଜଣ ଅପରାଧିଙ୍କୁ ୧ କୋଟି ଟଙ୍କାର ସୁପାରି ଦେଇଥିଲେ । ତଦନୁଯାୟୀ ଫେବୃଆରୀ ୧୩ରେ ନାରାୟଣ ସ୍ୱାମୀଙ୍କୁ ତାଙ୍କର ବାସଭବନ ସମ୍ମୁଖରେ ହତ୍ୟା କରାଯାଇଥିଲା । ନାରାୟଣଙ୍କ ପତ୍ନୀଙ୍କ ଏତଲାକୁ ଆଧାର କରି ପୁଲିସ ମଣିକାନ୍ତକୁ ଗିରଫ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking