33.1 C
Bhubaneswar
Thursday, April 25, 2024
Homeଓଡିଶାଭୁଲ ଇଞ୍ଜେକସନ୍‌ରୁ ଗଲା ଛାତ୍ରଙ୍କ ଜୀବନ

ଭୁଲ ଇଞ୍ଜେକସନ୍‌ରୁ ଗଲା ଛାତ୍ରଙ୍କ ଜୀବନ

ଭଦ୍ରକ : ଭୁଲ ଇଞ୍ଜେକସନ୍‌ରୁ ଗଲା ଛାତ୍ରଙ୍କ ଜୀବନ। ଚିକିତ୍ସା ଅବହେଳାରୁ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼ ମାରିଲେ ପରିବାର ଲୋକେ । ଏନେଇ ଭଦ୍ରକ ମେଡିକାଲରେ ଚାପା ଉତ୍ତେଜନା । ସୂଚନା ଅନୁସାରେ, ମୃତ ଛାତ୍ର ଶୁଭେନ୍ଦୁ ରାଉତ ଥଣ୍ଡା ଜ୍ୱରରେ ଆକ୍ରାନ୍ତ ଥିଲେ । ଚିକିତ୍ସା ପାଇଁ ପରିବାର ଲୋକ ଏକ ଘରୋଇ କ୍ଲିନିକକୁ ନେଇଥିଲେ ।

ଡାକ୍ତର ଇଞ୍ଜେକ୍ସନ ଦେବା ପରେ ଛାତ୍ର ଜଣଙ୍କ ଚେତାଶୂନ୍ୟ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ଚାପା ଉତ୍ତେଜନା ଦେଖାଦେଇଥିଲା । ଘଟଣାର ଖବର ପାଇ ଟାଉନ ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ମୃତ ଛାତ୍ରଙ୍କ ସମ୍ପର୍କୀୟ ଡାକ୍ତରଙ୍କ ଘରୋଇ କ୍ଲିନିକ ଓ ତାଙ୍କ ଘର ସମୁଖରେ ନାରାବାଜୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking