37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶରାଜେଶ ମାଲହୋତ୍ରା ପିଆଇବି ମୁଖ୍ୟ

ରାଜେଶ ମାଲହୋତ୍ରା ପିଆଇବି ମୁଖ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇଆଇଏସ୍ (ଇଣ୍ଡିଆନ ଇନଫର୍ମେସନ ସର୍ଭିସ) ଅଫିସର ରାଜେଶ ମାଲହୋତ୍ରାଙ୍କୁ ପିଆଇବି ମହାନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଛି । ଏହି ପଦରେ ପୂର୍ବରୁ କାର୍ଯ୍ୟରତ ସତ୍ୟେନ୍ଦ୍ର ପ୍ରକାଶ ଫେବୃଆରୀ ୨୮ରେ ଅବସର ନେବାପରେ ରାଜେଶଙ୍କୁ ସେଠାରେ ଅବସ୍ଥାପିତ କରାଯାଇଛି । ୧୯୮୯ ବ୍ୟାଚ୍ ଆଇଆଇଏସ୍ ଅଫିସର ରାଜେଶ ଇତିପୂର୍ବରୁ ଅର୍ଥ, କମ୍ପାନୀ ଆଫେୟାର୍ସ, କୃଷି, ଶକ୍ତି, କୋଇଲା, ଖଣି, ଯୋଗାଯୋଗ, ବୟନଶିଳ୍ପ, ଶ୍ରମ ବିଭାଗରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିସାରିଛନ୍ତି । ଏହାବ୍ୟତୀତ ସେ ୧୯୯୬ରୁ ୨୦୦୭ ପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ଅଫିସରେ ମିଡିଆ ମୁଖ୍ୟ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।

ତିନି ମାସପରେ କଶ୍ମୀରରେ ଖୋଲିଲା ସ୍କୁଲ
ଶ୍ରୀନଗର: ତିନିମାସ ପରେ ବୁଧବାରଠାରୁ କଶ୍ମୀର ଘାଟିରେ ସ୍କୁଲଗୁଡିକ ଖୋଲିଛି । ପ୍ରବଳ ଶୀତ ପାଇଁ ଏହି ତିନି ମାସ ସ୍କୁଲଗୁଡିକ ବନ୍ଦ ରହିଥିଲା । ନିକଟରେ ବର୍ଷା ହେବାଫଳରେ କଶ୍ମୀର ଘାଟିରେ ପାଣିପାଗ ବଦଳି ଯାଇଛି । ବର୍ଷା ହେବା ସତ୍ତ୍ୱେ ସ୍କୁଲ ଯିବାକୁ ପିଲାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । କେବଳ ପିଲା କାହିଁକି ସ୍କୁଲ ଖୋଲିଥିବାରୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ସମ ପରିମାଣରେ ଆନନ୍ଦିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking