28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବିବାହିତା ପ୍ରେମିକାଙ୍କୁ ହତ୍ୟା କରିବା ପରେ ଟ୍ରେନ ଆଗକୁ ଯାଇ ଆତ୍ମହତ୍ୟା କଲେ ପ୍ରେମିକ

ବିବାହିତା ପ୍ରେମିକାଙ୍କୁ ହତ୍ୟା କରିବା ପରେ ଟ୍ରେନ ଆଗକୁ ଯାଇ ଆତ୍ମହତ୍ୟା କଲେ ପ୍ରେମିକ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲାରେ ଟ୍ରେନ୍ ଆଗକୁ ଡେଇଁ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟା କରିଥିବା ଯୁବକଙ୍କ ନାମରେ ଜଣେ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ମହିଳାଙ୍କ ସହ ଯୁବକଙ୍କର ପ୍ରେମ ସମ୍ପର୍କ ଥିଲା ବୋଲି କୁହାଯାଉଛି । ମୃତ ଯୁବକଙ୍କ ନାମ ପଦ୍ମ ରାଓ ହୋଇଥିବାବେଳେ ପୁଲିସର ସୂଚନାନୁସାରେ, ଗୁରୁବାର ସକାଳେ ନିଡୁବ୍ରୋଲୁ ରେଳଷ୍ଟେସନରେ ତିରୁପତି-ବିଶାଖାପାଟନମ୍ ଟ୍ରେନ୍ ସମ୍ମୁଖକୁ ଡେଇଁ ସେ ଆତ୍ମହତ୍ୟା କରିଥିଲେ । ମୃତକଙ୍କ ପକେଟରୁ ପୁଲିସ ତାଙ୍କ ପରିଚୟ ପତ୍ର ପାଇଥିଲା, ଯାହା ଆଧାରରେ ତାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା ।

ମୃତକଙ୍କ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ । ପୁଲିସର ସୂଚନାନୁସାରେ, କିଛି ଦିନ ପୂର୍ବରୁ ମୃତ ବ୍ୟକ୍ତି ଜଣକ ଡି ଶାରଦା ନାମକ ଜଣେ ୨୭ ବର୍ଷୀୟା ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ରବିବାର ସନ୍ଧ୍ୟାରେ ଯୁବକ ଜଣକ ତାଙ୍କ ତଥାକଥିତ ପ୍ରେମିକାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ ।

ଶାରଦା ସେହି ଗାଁର ଜଣେ ପୁଅକୁ ୨୦୦୮ ରେ ବିବାହ କରିଥିଲେ । ଶାରଦାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛି । କୁହାଯାଉଛି ଯେ ପ୍ରାୟ ଚାରି ବର୍ଷ ପୂର୍ବେ ଶାରଦା ଏବଂ ପଦ୍ମଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା । ପରେ, ପଦ୍ମ ଶାରଦାଙ୍କୁ ବିବାହ କରିବାକୁ ଚାଁହୁଥିଲେ ବି ସେ ରାଜି ହୋଇନଥିଲେ । ଆଉ ଏଥିପାଇଁ ସେ ଶାରଦାଙ୍କୁ ହତ୍ୟା କରିଥିଲେ । ହତ୍ୟା କରିବା ପରେ ସେ ଫେରାର ହୋଇଯାଇଥିଲେ ଓ ଆଜି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking