27.1 C
Bhubaneswar
Friday, August 12, 2022
Homeଓଡିଶାରେସନ୍ କାର୍ଡରେ ଜାଲିଆତି: ହାଇକୋର୍ଟରେ ମାମଲା

ରେସନ୍ କାର୍ଡରେ ଜାଲିଆତି: ହାଇକୋର୍ଟରେ ମାମଲା

କଟକ : ଅଯୋଗ୍ୟ ହିତାଧିକାରୀମାନେ ରେସନ୍ କାର୍ଡ଼ ହାସଲ କରି ସରକାରୀ ଅର୍ଥକୁ ଅଯଥାରେ ଅପବ୍ୟୟ କରିବାରେ ଲାଗିଛନ୍ତି । ମାତ୍ର ଯୋଗ୍ୟ ହିତାଧିକାରୀ ଏହାର ସୁଫଳ ପାଇପାରୁ ନାହିଁ । ଏଭଳି ଅନିୟମିତତାର ସିବିଆଇ କିମ୍ବା ଅନ୍ୟ କୌଣସି ସଂସ୍ଥା ଦ୍ୱାରା ତଦନ୍ତ ଲାଗି ହାଇକୋଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ସମାଜସେବୀ ଜୟନ୍ତୀ ଦାସ ଏହି ମାମଲା ରୁଜୁ କରିଛନ୍ତି । ଆବେଦନକାରୀ ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କରାଯାଇଛି ।

ମାତ୍ର ଏହି ଯୋଜନାରେ ବହୁ ଆର୍ôଥକ ସ୍ୱଚ୍ଛଳ ଥିବା ଲୋକ ସାମିଲ୍ ହୋଇ ଯାଉଛନ୍ତି । ତେଣୁ ପ୍ରକୃତ ହିତାଧିକାରୀଙ୍କୁଏହି ପ୍ରକ୍ରିୟାରେ ସାମିଲ୍ କରିବାଲାଗି ମାନଦଣ୍ଡରେ ସଂଶୋଧନ ପାଇଁ ଆବେଦନକାରିଣୀ ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି । ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନସଚିବ, ଗୃହ ଏବଂ ନଗର ଉନ୍ନୟନ ବିଭାଗ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ, କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ, କେନ୍ଦ୍ର ଖାଉଟି ଯୋଗାଣ ମନ୍ତ୍ରଣାଳୟ, ଟିପିସିଓଡିଏଲ୍‌, ସିବିଅ ।ଇ ନିର୍ଦ୍ଦେଶକ, କଟକ ଜିଲ୍ଲାପାଳ, କଟକ ସଦର ତହସିଲ୍‌ଦାର, ସିଏମ୍‌ସି କମିସନର ଏବଂ କଟକ ଯୋଗାଣ ଅଧିକାରୀଙ୍କୁ ପକ୍ଷଭୁକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking