28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୨୪ ହଜାର ଡଲାର ଜୋରିମାନା ଦେଲେ ଆର୍ଜେଣ୍ଟିନା ରାଷ୍ଟ୍ରପତି

୨୪ ହଜାର ଡଲାର ଜୋରିମାନା ଦେଲେ ଆର୍ଜେଣ୍ଟିନା ରାଷ୍ଟ୍ରପତି

ବୁଏନ୍ସ ଆୟର୍ସ:  ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲ୍‌ବର୍ଟୋ ଫର୍ଣ୍ଣାଣ୍ଡେଜ୍ ଓ ତାଙ୍କ ପତ୍ନୀ ସୋମବାର ଚାରିଟେବଲ୍ ଡୋନେସନ୍ ଭାବେ ୩ ମିଲିିୟନ୍ ପେସୋ ବା ୨୪ ହଜାର ଡଲାର୍ ଜୋରିମାନା ଦେଇଛନ୍ତି । ଏହା ବଦଳରେ କୋଭିଡ୍ ମହାମାରୀ ଲକ୍‌ଡାଉନ୍ ସମୟରେ ଜନ୍ମଦିନ ପାଳନ ପାଇଁ ତାଙ୍କ ବିରୋଧରେ ଚାଲିଥିବା ଆଇନଗତ ମାମଲାକୁ ବନ୍ଦ କରାଯାଇଛି । ସେହିପରି ପ୍ରସିଦ୍ଧ ଭ୍ୟାକ୍ସିନ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ମାଲ୍‌ବ୍ରାନ୍ ଇନ୍‌ଷ୍ଟିଚ୍ୟୁଟ୍‌କୁ ରାଷ୍ଟ୍ରପତିଙ୍କ ୧.୬ ମିଲିୟନ୍ ପେସୋ ଆର୍ଥିକ କ୍ଷତିପୂରଣକୁ ଫେଡେରାଲ୍ ଜଜ୍ ମଞ୍ଜୁରୀ ମଧ୍ୟ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ପତ୍ନୀ ଫାବିଓଲା ଆନେଜ୍‌ଙ୍କ ୧.୪ ମିଲିୟନ୍ ପେସୋ ଡୋନେସନ୍ ଅଫର୍‌କୁ ମଧ୍ୟ ମଞ୍ଜୁରୀ ମିଳିଛି ।

୨୦୨୦ ଜୁଲାଇରେ ରାଷ୍ଟ୍ରପତି ଫର୍ଣ୍ଣାଣ୍ଡେଜ୍ ସରକାରୀ ବାସଭବନ କ୍ୱିଣ୍ଟା ଡେ ଓଲିଭଭସ୍‌ରେ ପତ୍ନୀଙ୍କ ଜନ୍ମଦିନ ଡିନର୍ ପାର୍ଟିର ଆୟୋଜନ କରିଥିଲେ, ଯାହାର ଫଟୋ ଲିକ୍ ହେବା ପରେ ତାଙ୍କର ବିରୋଧରେ ସ୍ୱାସ୍ଥ୍ୟ ପ୍ରୋଟୋକଲ୍ ଉଲ୍ଲଂଘନ ଅଭିଯୋଗ ଆସିବା ସହ ଗତବର୍ଷ ଏହାର ତଦନ୍ତ ଆରମ୍ଭ ହୋଇଥିଲା । ସେହି ସମୟରେ ରାଜଧାନୀରେ କଡ଼ା କୋଭିଡ୍ ଲକ୍‌ଡାଉନ୍ ଲାଗୁ ହୋଇଥିଲା ଏବଂ ସମସ୍ତ ଜନସମାଗମ ଉପରେ ବ୍ୟାନ୍ ଲାଗୁ ହୋଇଥିଲା । ପ୍ରାୟ ଡଜନରୁ ଅଧିକ ଅତିଥି ଉପସ୍ଥିତ ଥିବା ଡିନର୍ ପାର୍ଟିର ଫଟୋ ପ୍ରକାଶ ପାଇବା ପରେ ତାଙ୍କ ନିଜ ଦଳ ସମେତ ବିରୋଧୀ ଦଳରୁ ରାଷ୍ଟ୍ରପତିଙ୍କୁ ସମାଲୋଚିତ ହେବାକୁ ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking