29.1 C
Bhubaneswar
Monday, May 6, 2024
Homeଓଡିଶାଖଟିଆରେ ବୁହାହେଲେ ଗର୍ଭବତୀ

ଖଟିଆରେ ବୁହାହେଲେ ଗର୍ଭବତୀ

ଠାକୁରମୁଣ୍ଡା : ଗର୍ଭବତୀ ମହିଳାଙ୍କୁ ୧ କି.ମି ବୋହି ମାନବିକତା ଦେଖାଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଅଞ୍ଚଳ ଆନନ୍ଦପୁର ବ୍ଲକ ଗୈୟଳ ମୁଣ୍ଡା ଗ୍ରାମପଞ୍ଚାୟତ କନ୍ତଳା ଗ୍ରାମରେ । ରବିବାର ଗୈୟଳମୁଣ୍ଡା ଗ୍ରାମପଞ୍ଚାୟତ କନ୍ତାଳ ଗ୍ରାମର ସୀତା ବିରୁଆ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ହେବାରୁ ସେ ୧୦୮ ଆମ୍ବୁଲାନ୍ସକୁ କଲ କରିଥିଲେ। ହେଲେ ଗ୍ରାମକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଟି ଗାଁ ଠାରୁ ୧ କିଲୋମିଟର ଦୂରରେ ଅଟକି ଯାଇଥିଲା ।

ସେଠାରେ ନେଟୱର୍କ ନଥିବାରୁ ଯୋଗାଯୋଗର କୌଣସି ସୁବିଧା ନଥିବାରୁ କେଦାରନାଥ ମହାନ୍ତ, ହେଲପର ଭରତ ମହାନ୍ତ ଏବଂ ଡ୍ରାଇଭର ରଞ୍ଜିତ ମହାନ୍ତ ଷ୍ଟ୍ରେଚର ଧରି ରୋଗୀଙ୍କ ଗାଁ କନ୍ତଳା ବାହାରି ଯାଇଥିଲେ । ସେଠାରୁ ଗ୍ରାମବାସୀ ଓ ପରିବାରର ସହାୟତାରେ ୧ କିଲୋମିଟର ପର୍ଯ୍ୟନ୍ତ ଗୁରୁତର ରୋଗୀକୁ ଖଟିଆରେ ଆମ୍ବୁଲାନ୍ସ ଗାଡ଼ି ପର୍ଯ୍ୟନ୍ତ ବୋହିଆଣିଥିଲେ । ତେବେ ଏପରି ମହତ କାର୍ଯ୍ୟ ଆମ୍ବୁଲାନ୍ସ କର୍ମଚାରୀ କରିଥିବାରୁ ଗୁରୁତର ଗର୍ଭବତୀ ମହିଳା ଓ ଛୁଆର ଜୀବନ ବଞ୍ଚିଯାଇଛି । ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୀତା ବିରୁଆ ଏକ ଶିଶୁ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଏବେ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଭଲଥିବା ଜଣାପଡ଼ିଛି । ଏପରି କାର୍ଯ୍ୟ ପାଇଁ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking