30.1 C
Bhubaneswar
Sunday, May 19, 2024
Homeଓଡିଶାପାହାଡ଼ରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ପାହାଡ଼ରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ଗଞ୍ଜାମ : ସାନଖେମୁଣ୍ଡି ଅଞ୍ଚଳର ରତନଈ ପୀଠ ପାହାଡ଼ ଉପରୁ ସୋମବାର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ ଉଦ୍ଧାର ହୋଇଛି । ମହିଳାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ କୌଣସି ରାସାୟନିକ ସାର ଦେଇ ମୃତଦେହ ଜାଳିଦେବା ପାଇଁ ଉଦ୍ୟମ କରାଯାଇଥିବା ସନ୍ଦେହ ହୋଇଛିି । ରତନଇ ପାହାଡ଼ର ଦେଓଘାଇ ଉପର ଆମ୍ବଗଛ ଝରଣା ରାସ୍ତା ଠାରୁ କିଛି ଦୂରରେ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ଦରପୋଡ଼ା ଶବ ପଡ଼ିଥିବା ଖବର ପାଇ ଆଇଆଇସି ଅଜୟ କୁମାର ବାରିକଙ୍କ ନେତୃତ୍ୱରେ ପୋଲିସ ପହଞ୍ଚିଥିଲା । ମୃତକ ଜଣଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ପାରିପାର୍ଶ୍ୱିକ ସ୍ଥିତି ଓ ପ୍ରାଥମିକ ତଦନ୍ତରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଛି । ଉକ୍ତ ଅଞ୍ଚଳରେ ଆଜିକୁ ପ୍ରାୟ ୫ ଦିନ ହେବ ଦୁର୍ଗନ୍ଧ ହେଉଥିବାରୁ ସେହି ରାସ୍ତା ଦେଇ ଯାଉଥିବା ଲୋକ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।

ଏସ୍‌. ଗୋପାଳପୁର ସରପଞ୍ଚ ନିରାକାର ପ୍ରଧାନ ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଆଜି ପୂର୍ବାହ୍ନରେ ରାସ୍ତା କଡ଼ରୁ ପ୍ରାୟ ୧୫ ଫୁଟ ତଳୁ ଏକ ମହିଳାଙ୍କ ମୁଣ୍ଡ ଗଣ୍ଡି ଭିନ୍ନ ସ୍ଥାନରେ ପଡିଥିବା ଦେଖିଥିଲେ । ମହିଳାଙ୍କ ୮୦ ପ୍ରତିଶତ ଶରୀର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ପରେ ସେ ପାଟପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପାଟପୁର ପୋଲିସ ଓ ଛତ୍ରପୁର ସାଇଣ୍ଟଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଗଳିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟଫିକ ଟିମ ଘଟଣା ସ୍ଥଳରୁ ମହିଳାଙ୍କ ପିନ୍ଧା ଲୁଗା, ଏକ ଜରି ବ୍ୟାଗ, ଚୁଡ଼ି, ପାଣି ପାଉଚି, ଥଣ୍ଡା ବୋତଲ ଓ ପାଉଁଜିି ଜବତ କରିଛି। ମହିଳାଙ୍କ ବୟସ ୩୦ ବର୍ଷ ହେବ । ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ କରିଛି । ଘଟଣା ସ୍ଥଳରେ ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କ ସହ ପୋଲିସ ଅଧିକାରୀ ଓ ଛତ୍ରପୁର ସାଇଣ୍ଟଫିକ ଟିମ୍ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ତଦନ୍ତ ଅଗ୍ରସର ହେବ ବୋଲି ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking