30.1 C
Bhubaneswar
Friday, April 26, 2024
Homeଓଡିଶାମହୁଲ ବୋଝେଇ ମିନି ଟ୍ରକକୁ ଜବତ କଲା ପୁଲିସ

ମହୁଲ ବୋଝେଇ ମିନି ଟ୍ରକକୁ ଜବତ କଲା ପୁଲିସ

ତେଲକୋଇ : ବେଆଇନ ଭାବେ ଚାଲାଣ ହେଉଥିବା ଏକ ମହୁଲ ବୋଝେଇ ମିନି ଟ୍ରକକୁ ଜବତ କରିଛି ତେଲକୋଇ ପୁଲିସ । ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ଖବର ପାଇ ପୁଲିସ ସଦଳେବଳେ ତେଲକୋଇ ଥାନା ଅନ୍ତର୍ଗତ କୁଳଙ୍ଗ ଗାଁରେ ପହଞ୍ଚି ମହୁଲ ବୋଝେଇ ହୋଇଥିବା ଏକ ଟ୍ରକ କୁ ଜବତ କରିଥିଲା । ଟ୍ରକରେ ୪୦ କ୍ବିଣ୍ଟାଲ ମହୁଲ ଚୋରାରେ କେନ୍ଦୁଝର ଜିଲ୍ଲାରୁ ଢେ଼ଙ୍କାନାଳ ଜିଲ୍ଲାର କାମାକ୍ଷାନଗରକୁ ଚାଲାଣ ପାଇଁ ସଜବାଜ ହେଉଥିବା ବେଳେ ମାଡି ବସିଥିଲା ପୁଲିସ । ପୁଲିସ ମହୁଲ ଚାଲାଣକାରିଙ୍କ ମଧ୍ୟରୁ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । କେନ୍ଦୁଝର ଜିଲ୍ଲାରେ ମହୁଲ ପାଇଁ ଲାଇସେନ୍ସ ଦିଆଯାଇ ନଥିବା ବେଳେ ପଡୋଶୀ ଢେଙ୍କାନାଳ ଜିଲ୍ଲାର ମହୁଲ ମାଫିଆଙ୍କ ନଜର ଏବେ ଏ ଅଞ୍ଚଳରେ ପଡିଛି । ଆଦିବାସୀ ଲୋକମାନଙ୍କ ଠାରୁ କମଦାମରେ ଚୋରାରେ ମହୁଲ ନେଇ ଚଢା ଦରରେ ବିକି ମାଲାମାଲ ହେଉଛନ୍ତି ମହୁଲ ମାଫିଆ । ସେପଟେ ମହୁଲ ଚୋରା ଚାଲାଣ ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ମଧ୍ୟ କ୍ଷତି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking