26.1 C
Bhubaneswar
Wednesday, May 8, 2024
Homeଓଡିଶାମହଙ୍ଗା ପଡ଼ିଲା ଆଇନ ହାତକୁ ନେବା, ନିଲମ୍ବିତ ହେଲେ ସିପାହୀ କାର୍ତ୍ତିକ

ମହଙ୍ଗା ପଡ଼ିଲା ଆଇନ ହାତକୁ ନେବା, ନିଲମ୍ବିତ ହେଲେ ସିପାହୀ କାର୍ତ୍ତିକ

ମୟୂରଭଞ୍ଜ : ମହଙ୍ଗା ପଡ଼ିଲା ଆଇନ ହାତକୁ ନେବା। ସିପାହୀ କାର୍ତ୍ତିକ ହେମ୍ବ୍ରମ ନିଲମ୍ବିତ। ପୂର୍ବରୁ କାର୍ତ୍ତିକ ହେମ୍ବ୍ରମ ସହିତ ତିନିଜଣଙ୍କୁ ଗିରଫ କରିଥିଲା ମୋରଡା ଥାନା ପୋଲିସ। ଆଜି ସିପାହୀ କାର୍ତ୍ତିକ ହେମ୍ବ୍ରମକୁ ନିଲମ୍ବିତ କରିଛନ୍ତି କମାଣ୍ଡାଣ୍ଟ ବିଷ୍ଣୁପଦ ଦାସ। ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଚିକଟାମାଟିଆର ସିପାହୀ କାର୍ତ୍ତିକ ହେମ୍ବ୍ରମଙ୍କ ଫାର୍ମ ହାଉସ ବୋରିଂରୁ ମଟର  ଚୋରି କରିଥିବା ଅଭିଯୋଗରେ ୩ ଜଣ ଯୁବକକୁ ଦୀର୍ଘସମୟ ଧରି ଗାଁ ଦାଣ୍ଡରେ ଥିବା ଏକ ଗଛରେ ବାନ୍ଧି କଙ୍ଗାରୁ କୋର୍ଟରେ ବିଚାର କରିଥିଲେ।

ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଖବରପ୍ରକାଶ ପାଇଥିଲା । ଭାଇରାଲ ଭିଡିଓରୁ ଘଟଣାଟି ମୟୁରଭଞ୍ଜଜିଲ୍ଲା ମୋରଡା  ଥାନା ଚିକିଟାମାଟିଆ ଅଞ୍ଚଳର ବୋଲି ଜଣାପଡିଥିଲା। ସୂଚନା ମୁତାବକ ଚିକିଟାମାଟିଆର କାର୍ତ୍ତିକ ହେମ୍ବ୍ରମ ନାମକ ଜଣେ ବ୍ୟକ୍ତିଙ୍କ ବାଡିରେ ଥିବା ବୋରିଂରୁ ମଟରଚୋରି କରିଥିବା ସନ୍ଦେହରେ ୩ଜଣ ଯୁବକଙ୍କୁ ଗଛରେ ବାନ୍ଧିଥିବା ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଥିଲା । ପରେ ସେମାନଙ୍କୁ ଚୋରୀ ସଂଦେହରେ କଙ୍ଗାରୁ କୋର୍ଟରେ ବିଚାର କରିଥିଲେ କାର୍ତ୍ତିକ ଏବଂ ଅନ୍ୟମାନେ । ଘଟଣା ପ୍ରଘଟ ହେବାରୁ ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ଉଦ୍ୟମରେ ସମାଧାନ ହୋଇଥିବା ନେଇ ମିଳିଥିବା ସୂଚନାରୁ ଜଣାପଡିଥିଲା।

ଗଣମାଧ୍ୟମରେ କଙ୍ଗାରୁ କୋର୍ଟ ବିଷୟରେ ଖବରପ୍ରକାଶ ପାଇଲା ପରେ ମୋରଡା ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏନେଇ ପରେ ଗଛରେ ବନ୍ଧା ହୋଇ ମାଡ ଖାଇଥିବା ପ୍ରଫୁଲ୍ଲ ମୁଖି ଥାନାରେ ଅଭିଯୋଗ କରିବା ପରେ ୫ମ ବାଟାଲିୟନରେ କାର୍ଯ୍ୟରତ ସିପାହୀ କାର୍ତ୍ତିକ ହେମ୍ବ୍ରମ ସହିତ ତାଙ୍କର ୨ଜଣ ସହଯୋଗୀ ଅନନ୍ତ ମାରଣ୍ଡି ଓ ସୁନିଲ କୁମାର ହେମ୍ବ୍ରମଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଘଟଣାକୁ ନେଇ ୮୫/୨୧ ରେ କେଶ୍ ରୁଜ୍ଜୁ ମଧ୍ୟ କରିଥିଲା ମୋରଡ଼ା ଥାନା ପୋଲିସ। ତେବେ ଆଜି କାର୍ଯ୍ୟରେ ଯୋଗଦାନ ପରେ ସିପାହୀ କାର୍ତ୍ତିକହ ହେମ୍ବ୍ରମ କୁ ନିଲମ୍ବିତ କରିଛନ୍ତି କମାଣ୍ଡାଣ୍ଟ। କାର୍ତ୍ତିକ ଜଣେ ସିପାହୀ ହୋଇ ଆଇନ ହାତକୁ ନେବା ଆଦୌ ଗ୍ରହଣୀୟ ନୁହଁ ବୋଲି କମାଣ୍ଡାଣ୍ଟ କହିଛନ୍ତି। ମୋରଡା ପୋଲିସର ମାମଲାକୁ ଭିତିକରି କାର୍ତ୍ତିକ ହେମ୍ବ୍ରମକୁ ଆଜି ନିଲମ୍ବିତ କରାଯାଇଥିବା କମାଣ୍ଡାଣ୍ଟ ବିଷ୍ଣୁପଦ ଦାସଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ।

ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ଥାଇ ମଧ୍ୟ କାର୍ଯ୍ୟରତ ସ୍ଥାନୀୟ ହୋମଗାର୍ଡ ମୋରଡ଼ା ଥାନାକୁ ଖବର ନ ଦେବା ତାଙ୍କର ଦାୟିତ୍ବହୀନତାକୁ ସୁଚାଉ ଥିବା ବେଳେ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା କାହିଁକି ବୋଲି ପ୍ରଶ୍ନ ଉଠୁଥିଲା ବେଳେ ଆଗକୁ କି ପ୍ରକାର ପଦକ୍ଷେପ ନେଉଛି ପୋଲିସ ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking